ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନୀ ଭଉଣୀ,୩୮ ବର୍ଷ ଧରି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି

ଆଜି ସ୍ୱାଧୀନତା ଦିବସ ହେଇଥିବା ବେଳେ ରକ୍ଷାବନ୍ଧନ ପର୍ବ ପାଳନ ହେଉଛି I ଭାଇ ପାଇଁ ଭଉଣୀ ରାକ୍ଷୀ ପିନ୍ଧାଇବାକୁ ଏହିଦିନକୁ ଅପେକ୍ଷା କରିଥାଏ I ସବୁଆଡେ ଖୁସିର ମାହୋଲ I ତେବେ ଏପରି ଖୁସି ସମୟରେ ସାମ୍ନା କୁ ଆସିଛି ଏକ ରୋଚକ ଘଟଣା Iପ୍ରଧାନମନ୍ତ୍ରୀ ମୋଦି ଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଜଣେ ପାକିସ୍ତାନୀ ଭଉଣୀ ପାକିସ୍ତାନ ରୁ ଛୁଟି ଆସିଛନ୍ତି ଭାରତ କୁ I ତାଙ୍କ ନାମ କମର ମୋହସିନ ହସିନ I ଏହା ଦିନେ ଅଧେ ନୁହେଁ ,ଦୀର୍ଘ ୩୮ ବର୍ଷ ଧରି ସେ ପ୍ରତ୍ୟକ ରାକ୍ଷୀ ପୂର୍ଣ୍ଣିମା ରେମୋଦି ଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି I

ଏଠାରେ କହି ରଖୁଛୁ କି ଏହି ଭଉଣୀ ଙ୍କ ଘର ପାକିସ୍ତାନର ର କରାଚୀ ,ସେ କିଛିବର୍ଷ ଧରି ଗୁଜରାତର ଅହମ୍ମଦାବାଦ ର ସ୍ଥାୟୀ ବାସିନ୍ଦା ହେଇସାରିଲେଣି I ମୋଦି ମଧ୍ୟ ପ୍ରତ୍ୟକ ବର୍ଷ ତାଙ୍କର ଏହି ଭଉଣୀ ଙ୍କୁ ଅପେକ୍ଷା କରିଥାନ୍ତି ରାକ୍ଷୀ ବାନ୍ଧିବାକୁ I

Leave a Reply

Your email address will not be published. Required fields are marked *