ଓଡିଶାରେ ଖୋଲିଲା ପ୍ରଥମ ଖାଦ୍ୟ ବ୍ୟାଙ୍କ; ଭୋକିଲାଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଦିଆଯିବ

ପ୍ରତିଦିନ ଭାରତରେ କେହି ନା କେହି ଭୋକିଲା ରେ ରହିଥାନ୍ତି I ଯଦି ହିସାବ କୁ ନିଆଯାଏ ପାଖାପାଖି ଅଢେଇ କୋଟି ଲୋକ ରାତିରେ ଉପାସ ରହିଥାନ୍ତି ପ୍ରତି ରାତିରେ I ଓଡ଼ିଶାରେ ମଧ୍ୟ ଏହାର ସଂଖ୍ୟା କମ ନୁହେଁ I ତେବେ ଭୋକିଲା ଲୋକଙ୍କ ମୁଁହରେ ମୁଠାଏ ଖାଦ୍ୟ ଯୋଗାଇଦେବାକୁ ଏକ ସ୍ଵେଛା ସେବି ସଂସ୍ଥା ଆରମ୍ଭ କରିଛି ଏକ ଅଭିନବ ଉପାୟ I ସୋ.ଆମ୍‌.ଆଇ ଫାଉଣ୍ଡେସନ୍‌(ଏସଏଆଇ) ନାମକ ଏକ ଟ୍ରଷ୍ଟ ଭୋକିଲା ଏବଂ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇଦେବାକୁ ଉଦ୍ୟମ ଆରମ୍ଭ କରିଛି I

ବାହାଘର ,ଭୋଜି କିମ୍ବା କୌଣସି କାର୍ଯ୍ୟରେ ଯେଉଁ ବଳକା ଖାଦ୍ୟ ରହିଯାଏ ତାକୁ ସଂଗ୍ରହ କରି ଏହି ସଂସ୍ଥା ଉପାସ ରହୁଥିବା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛି I ଏହି ସଂସ୍ଥା ପକ୍ଷରୁ ଆଚାର୍ଯ୍ୟବିହାରଠାରେ ଏକ ଖାଦ୍ୟ ବ୍ୟାଙ୍କ ଉଦ୍‌ଘାଟନ କରଯାଇଛି ,ଯେଉଁଥିରେ କି ସଂଗ୍ରହ ହେଇଥିବା ଖାଦ୍ୟ ସୁରକ୍ଷିତ ରଖାଯିବ ଏବଂ ଭୋକିଲା ଲୋକଙ୍କୁ ଖାଇବାକୁ ଦିଆଯିବ ।

ବାହାଘର କିମ୍ବା ଯେ କୌଣସି କାର୍ଯ୍ୟରେ ବଳକା ଖାଦ୍ୟକୁ ଏହି ଅନୁଷ୍ଠାନ କୁ ଦେବାପାଇଁ ଆପଣ ସ୍ବେଛାସେବୀ ର ସଦସ୍ୟ ଙ୍କୁ ଫୋନ କଲେ ସେମାନେ ଆପଣଙ୍କ ଠାରୁ ଖାଦ୍ୟ ନେଇଯିବେ I ଏହାବ୍ୟତୀତ ଯେଉଁମାନେ ସ୍ଵ ଇଛାରେ ଖାଦ୍ୟ ଯୋଗାଇଦେବାକୁ ଚାଁହୁଛନ୍ତି ସେମାନେ ମଧ୍ୟ ଦାନ କରିପାରିବେ I

Leave a Reply

Your email address will not be published. Required fields are marked *