ପାକିସ୍ତାନ କୁ ସମର୍ଥନ କରିବା ଚାଇନାକୁ ପଡିବ ମହଙ୍ଗା ,ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନ ଆହ୍ୱାନ

ପାକିସ୍ତାନ କୁ ଚାଇନା ସବୁବେଳେ ସମର୍ଥନ କରୁଥିବାର ଦେଖାଯାଏ ନିକଟରେ ମଧ୍ୟ ଜାମୁ -କଶ୍ମୀର ରୁ ଧାରା ୩୭୦ ଉଛେଦ କୁ ବିରୋଧ କରିଥିଲା ପାକିସ୍ତାନ I ପାକିସ୍ତାନ କୁ ମଧ୍ୟ ସମର୍ଥନ ଜଣାଇ ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ଏହି ମାମଲା ଉଠାଇଥିଲା I ତେବେ ଏହାକୁ ନେଇ ଭାରତୀୟ ବ୍ୟବସାୟୀ ସଙ୍ଘ ଚାଇନା ଉପରେ ଖୁବ୍ଧ ହେଇଛି I ପାକିସ୍ତାନ ପରେ ଚାଇନା କୁ ପାନେ ଦେବାକୁ ଅଂଟା ଭିଡିଛି ଭାରତୀୟ ବ୍ୟବସାୟୀ ସଙ୍ଘ I କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଦ୍ୱାରା ସମସ୍ତ ବ୍ୟବସାୟୀ ମାନଙ୍କୁ ଚାଇନା ବିରୋଧରେ ରଣହୁଙ୍କାର ଦିଆଯାଇଛି I ସମସ୍ତ ଚାଇନା ଜିନିଷ କୁ ବର୍ଜନ କରିବାକୁ ସଙ୍ଘ ଡାକରା ଦେଇଛି ଏନେଇ ଆସନ୍ତା ୨୯ରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ କରାଯିବ ଏବଂ ସେପ୍ଟେମ୍ବର ଆରମ୍ଭରୁ ଏହି ଅଭିଯାନ କୁ ଜୋରଦାର କରାଯିବ I ଏଭଳି ଘୋଷଣା ଶୁଣି ଚାଇନା ଭୟଭୀତ ହେବାରେ ଲାଗିଲାଣି କାହିଁକିନା ଭାରତୀୟ ବଜାରରେ ଚାଇନା ର ଏକ ବିଶାଳ ବ୍ୟବସାୟ ରହିଛି ,ଯଦି ଭାରତୀୟ ମାନେ ଚାଇନା ଜିନିଷ ବ୍ୟବହାର ନକରନ୍ତି ତେବେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଚାଇନା ବହୁ ଦୁର୍ବଳ ହେଇଯିବ I

Leave a Reply

Your email address will not be published. Required fields are marked *