ଆଇଟମ୍ ଗାର୍ଲ ରାନୀ ଆତ୍ମହତ୍ୟା କରିବେ, ଇଛା ଥିଲା ସନି ଲିଓନ ଙ୍କ ଭଳି ପର୍ଣ୍ଣ ଷ୍ଟାର ହେବାକୁ

ବିବାଦ ର ଶୀର୍ଷରେ ସବୁବେଳେ ଥାନ୍ତି ବିବାଦୀୟ ନାୟିକା ରାନୀ ପଣ୍ଡା I ସେ ମଞ୍ଚରେ ବ୍ଲାଉଜ ଖୋଲି ଫୋପାଡିବା ଘଟଣା ହେଉ କି ପ୍ରଦୀପ ମହାରଥୀ ଙ୍କ ଭଳି ବଳିଷ୍ଠ ପୁରୁଷ ମିଳିଲେ ବିବାହ କରିବା ଘଟଣା ହେଉ I ନିକଟରେ ରାନୀ ଙ୍କ ଜୀବନ କୁ ନେଇକି ଏକ ସିନେମା ଏବଂ ଯାତ୍ରା ହେଉଛି ଯାହାକୁ ନେଇ ବିବାଦ ଉଠିଛି I ତେବେ ଏକ ୱେବ ପୋର୍ଟାଲ କୁ ସାକ୍ଷାତ ଦେଇ ରାନୀ କହିଥିଲେ ଯେ ଦରକାର ପଡିଲେ ସେ ସନି ଲିଓନ ଙ୍କ ଭଳି ପର୍ଣ୍ଣ ଷ୍ଟାର ହେବେ ସମୟ ଆସିଲେ I ଏବେ କିନ୍ତୁ ରାନୀ ଙ୍କ ଏକ କାନ୍ଦିବା ଭିଡିଓ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ ଆଖିର ଲୁହ କୁ ବନ୍ଦ କରିପାରିନାହାନ୍ତି ରାନୀ I

ନିଜେ କହିଛନ୍ତି ଯେ ସେ ଜଣେ କଳାକାର କିନ୍ତୁ ତାଙ୍କୁ ଲୋକେ ସ୍ନେହ ଶ୍ରଦ୍ଧା ଦେଲେନି ,ସେ ଭାଙ୍ଗିପଡିଛନ୍ତି ,ଶେଷରେ ଡ଼ାର୍ଟ ପିକ୍ଚର ନାୟିକା ବିଦ୍ୟାବାଲନ ଙ୍କ ଭଳି ଆତ୍ମହତ୍ୟା କରିବେ I ଯଦି ଦର୍ଶକ ଚାଁହୁଛନ୍ତି ରାନୀ ମରି ଯାଆନ୍ତୁ ତେବେ ହସି ହସି ସେ ମରିଯିବେ ବୋଲି ଏକ ଭିଡିଓ କାନ୍ଦିକି କହିଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *