ଦୁତି ବହୁତ ଦାମିକା ଲୋକ 3କୋଟି ପାଇଲା ମା ଗାଈ ଚରେଇ ପାଳିଥିଲେ, ଆଜି କହୁଛି ମା ଭଲ ନୁହେଁ

ପପୁ ଙ୍କ ଆଗାମୀ ଚଳଚିତ୍ର ର ଏକ ପୋଷ୍ଟର କୁ ନେଇ ବିବାଦ ଲାଗିରହିଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସୁନାମ ତଥା ଓଡିଶା ପାଇଁ ଗର୍ବ ଆଣିଥିବା ଦୌଡ଼ରାଣୀ ଦୁତି ଚାନ୍ଦ ସେହି ଫିଲ୍ମ ର ଏକ ପୋଷ୍ଟର କୁ ଶେୟାର କରି ବିରୋଧ କରିଥିଲେ I

ପୋଷ୍ଟର ରେ ଦେଖାଯାଇଥିଲା କି ମହିଳାଙ୍କୁ ଲଗାମ ଲଗାଯାଇଥିଲା ଯାହାର ଡୋରି ପପୁ ଙ୍କ ହାତରେ ଥିଲା I

ଏହାପରେ ପପୁ ଏବଂ ସମ୍ପୃକ୍ତ ପ୍ରଯୋଜନା ଏନେଇ ସ୍ପଷ୍ଟୀକରଣ ରଖିଥିଲେ ଯେ ଏହା ତାଙ୍କ ଦ୍ୱାରା ଜାରି ହେଇଥିବା ପୋଷ୍ଟର ନୁହେଁ ,ଯିଏ ବି ଏପରି କରିଛି ତା ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ I ତେବେ ପୁଣିଥରେ ଦୁତି ପପୁ ଙ୍କ ବିରୋଧରେ ନିଜ ଫେସବୁକ ରେ ଲେଖିଛନ୍ତି I ଖବର ଅନୁଯାଇ ଏକ ଅଡିଓ ଘୁରି ବୁଲୁଛି ଯେଉଁଥିରେ କି ପପୁ ଙ୍କ ସ୍ୱର ଶୁଭାଯାଉଛି ଏବଂ ସେ କହୁଛନ୍ତି କି ଦୁତି ବହୁତ ଦାମିକା ଲୋକ ଯିଏ କି ନିଜ ପରିବାର ଲୋକଙ୍କୁ ପଚାରିଲେନାହିଁ ,ସାରା ଦୁନିଆ ଜାଣିଚି ତାଙ୍କ ବିଷୟରେ ସେ ନିଜ କଥା ବୁଝନ୍ତୁ ପରେ ଅନ୍ୟ କଥା କହିବେ ,କେବଳ ଏତିକି ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି I

ଏନେଇ ଦୁତି ଆଇନ ର ଆଶ୍ରୟ ନେବେ ଏବଂ ପପୁ ଙ୍କ ବିରୋଧରେ ମାନହାନି ମକଦ୍ଧମା କରିବେ ବୋଲି କହିଛନ୍ତି ଅପରପକ୍ଷରେ ଭାଇରଲ ହେଉଥିବା ଅଡିଓ ପପୁ ଙ୍କର କି ନୁହେଁ ସେନେଇ ପପୁ କୌଣସି ପ୍ରତିକ୍ରିୟା ବର୍ତମାନ ସୁଦ୍ଧା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *