ଆଜିର ଏହି ପବିତ୍ର ଗୁରୁଦିବସରେ ଗୋଡିପଲ୍ଲୀ ସ୍ଥିତ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ପରିସର ରେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସିଡବଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳା ରେ ସିଡ୍ ବଲ୍ ତିଆରି କରିବାର ପଦ୍ଧତି, ଏହାର ଉପଯୋଗୀତା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା lଏହି ପଦ୍ଧତି ପ୍ରଥମେ ସବୁ ପ୍ରକାର ର ମଞିକୁ ସଂଗ୍ରହ କରି ,ମାଟି ଓ ଖତ ର ମିଶ୍ରଣ ରେ ମଞିକୁ ରଖି ଗୋଲାକାର ଭଳି ପ୍ରସ୍ତୁତ କରାଯାଏ।ଏହାକୁ କିଛି ସମୟ ଖରାରେ ଶୁଖାଇବା ପରେ ଯେକୌଣସି ଖାଲି ସ୍ଥାନ ,ଖାଲି ଜମି, ଲଣ୍ଡା ପାହଡ ମାନଙ୍କରେ ପକାଗଲେ ଅତି ସହଜରେ ଗଛ ଉଠିଥାଏ
।ଏହି ନୁତନ ପଦ୍ଧତି ରେ ସବୁଜ ବଳୟ ସୃଷ୍ଟି କରିବା ନିଶ୍ଚିତ ସହଜ ହୋଈପାରିବ।ଏହି ପଦ୍ଧତି କୁ ଅଧିକରୁଅଧିକ ଲୋକ ଙ୍କ ପାଖରେ ପହଂଚାଇ ଆମ ପରିବେଶକୁ ପୁଣିଥରେ ସବୁଜିମା ମୟ କରି ଗଢିତୋଳିବାରେ ସକ୍ଷମ ହେବା ଉଦ୍ଦେଶ୍ୟ ନେଇ ଏହି କର୍ମଶାଳା ର ଆୟୋଜନ କରାଯାଇଥିଲା lଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ପ୍ରେରଣା ଆର୍ନ୍ତଜାତୀୟ ଗ୍ରୀନ ଆର୍ମୀ ର ଚିଫ କମାଣ୍ଡର ଡ. ଦିଲ୍ଲୀପ ଶ୍ରୀଚନ୍ଦନ,ଯୁବ ସମାଜସେବୀ,ଲେଖକ ତଥା ପ୍ରକୃତି ବନ୍ଧୁ ଶ୍ରୀ ଶିବରାମ ମହାପାତ୍ର ,ଶରଣକୂଳ ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ,ଏବଂ ପରିବେଶ ପ୍ରେମୀ ଶ୍ରୀଯୁକ୍ତ ସତ୍ୟବାଦୀ ସ୍ବାଇଂଁ ଯୋଗଦେଇ ବୃକ୍ଷରୋପଣ ଆବଶ୍ୟକତା ଓ ସିଡବଲ ର ବ୍ୟବହାର ଉପରେ ବୁଝାଇଥିଲେ।
ଏପରି ଏକ ନୁଆ ପଦ୍ଧତ୍ତି କୁ ଲୋକଲୋଚନ ଆଣି ସଚେତନତା ଆରମ୍ଭ କରିଥିବାରୁ ଗ୍ରୁପ କୁ ସାଧୁବାଦ ଜଣାଇଥିଲେ।ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ସଭାପତିତ୍ବ କରିଥିଲେ।ଏଭଳି ଏକ ସୁନ୍ଦର ଓ ମହତ୍ ପ୍ରୟାସ ଆରମ୍ଭ କରିଥିବାରୁ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ସମସ୍ତ ସଦସ୍ୟ ଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ପ୍ରୟାସ ଆହୁରି ପ୍ରସାରିତ କରିବାକୁ ମତ ରଖିଥିଲେ।ଏଥିରେ ଅନୁଷ୍ଠାନ ର ଆବାହକ ଜ୍ଞାନ ରଞନ ପଣ୍ଡା ,ସଭାପତି ସୁଜିତ କୁମାର ପ୍ରଧାନ,ସଂପାଦକ ପ୍ରଦୀପ୍ତ ସେନାପତି,ଅମୁଲ୍ୟ ବିଷୋୟୀ ସମସ୍ତ କାର୍ଯ ପରିଚାଳନା କରିଥିଲେ
ଏବଂ ସଂଜିତ ମୁଦୁଲି,ଉମେଶଜେନା,ପିଣ୍ଟୁ ,ହେମନ୍ତ ଏବଂ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟସଂପାଦନା କରିଥିଲେ