ଗୁରୁଦିବସ ରେ ଆଦର୍ଶ ଶିକ୍ଷକ ଙ୍କୁ ସତ୍ୟନାରାୟଣ ପାଠାଗାର ଦ୍ୱାରା ସମ୍ବର୍ଦ୍ଧନା

ଆଜି ଗୁରୁଦିବସ ରେ ଶିକ୍ଷକ ମାନଙ୍କ ପ୍ରତି ବିଦ୍ୟାଳୟ ରେ ଗଭୀର ଶ୍ରଦ୍ଧା ଏବଂ ସନମାନ ଦିଆଯାଉଥିବା ବେଳେ ଯାଜପୁର ର ସତ୍ୟ ନାରାୟଣ ପାଠାଗାର ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଶିକ୍ଷାଦାନ କ୍ଷେତ୍ରରେ ସୁନାମ ଆଣିଥିବା ଜିଲ୍ଲାର ଆଦର୍ଶ ଶିକ୍ଷକ ମାନଙ୍କୁ ପ୍ରଣାମ ଗୁରୁଜୀ ସନମାନ ରେ ସନମାନୀତ କରାଯାଇଛି I ଏହି ଅବସରରେ ଲିଙ୍ଗେଶ୍ୱର ପୀଠରେ ସତ୍ୟ ନାରାୟଣ ପାଠାଗାର ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

I ଉକ୍ତ କାର୍ଯ୍ୟକ୍ରମ କୁ ସୁଶ୍ରୀ ମଧୁସ୍ମିତା ନାୟକ ପରିଚାଳନା କରିଥିବା ବେଳେ କାର୍ତିକ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ I ମୁଖ୍ୟ ଅତିଥି ଭାବେ ଡକ୍ଟର ହୁସେନ ରବିଗାନ୍ଧୀ ଯୋଗ ଦେଇଥିବା ସଭାପତି ଭାବେ ଗୁଣନିଧି ଗୁରୁ ଯୋଗ ଦେଇଥିଲେ I ସନମାନୀୟ ଅତିଥି ଭାବେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଆଦର୍ଶ ଶିକ୍ଷକ ମାନଙ୍କୁ ସନମାନୀତ କରିଥିଲେ I ଯାଜପୁର ଜିଲ୍ଲାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସମ୍ପାଦକ ମୀନକେତନ ଦାଶ ,ସଚ୍ଚିଦାନନ୍ଦ ମହାନ୍ତି ,ଗାୟତ୍ରୀ ନାୟକ ,ପ୍ରହ୍ଲାଦ ପଣ୍ଡା ,ନରୋତ୍ତମ ସାହୁ ଙ୍କ ସମେତ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା 18ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I

Leave a Reply

Your email address will not be published. Required fields are marked *