ସ୍ୱପ୍ନରେ ଗଣେଶ ଙ୍କୁ ଦେଖି ଘରୁ ଲୁଚି ଚାନ୍ଦା ଆଦାୟ କରି ଗଣେଶଙ୍କ ପୂଜା କଲେ ଦୁଇ ମୁସଲମାନ୍‌ ନାବାଳକ

ଏବେ ଚାଲିଛି ବିଘ୍ନନାଶକ ଗଣେଶ ଙ୍କ ପୂଜା I ସବୁଆଡେ ଗଣେଶ ଙ୍କୁ ନେଇକି ବେସ ଉତ୍ସାହ ଲାଗିରହିଥିବା ବେଳେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି I ଠାକୁର ଙ୍କ ପାଖରେ ସମସ୍ତେ ସମାନ I କୌଣସି ଜାତି ଧର୍ମ ବର୍ଣ୍ଣ ନଥାଏ I ଯାହାକି ଦେଖିବାକୁ ମିଳିଛି ଛତିଶଗଡ଼ ରାୟପୁରରେ I ଏଠାର ଦୁଇ ମୁସଲମାନ ନାବାଳକ ରମ୍‌ଜାନ ଏବଂ ମୁବାରକ ଦୁଇଦିନ ଧରି ଘର ଛାଡି କେଉଁଆଡେ ଅନ୍ତର୍ଦ୍ଧାନ ହେଇଯାଇଥିଲେ ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ I ପୋଲିସ ଖୋଜାଖୋଜି କରିବା ସମୟରେ ଦେଖିବାକୁ ପାଇଥିଲା କି ରେଲୱେ ଫାଟକ ନିକଟରେ ଦୁଇ ନାବାଳକ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରି ଝାଟି ମାଟି ରେ ଏକ ଛୋଟ ଗଣେଶ ରଖି ପୂଜା କରୁଛନ୍ତି I ତେବେ ପୋଲିସ ର ଉତ୍ତର ରେ ଦୁଇ ନାବାଳକ ଯେଉଁ ଉତ୍ତର ଦେଇଥିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି I ସେମାନଙ୍କ କଥା ଅନୁଯାଇ ସ୍ୱପ୍ନରେ ଗଣେଶ ଠାକୁର ଆସିଥିଲେ ଏବଂ ତାଙ୍କ ପୂଜା କରିବାକୁ କହିଥିଲେ କିନ୍ତୁ କାଳେ ଘର ଲୋକ ଗାଳି କରିବେ ସେଥିପାଇଁ ସେମାନେ ଘରୁ ଲୁଚି ଚାନ୍ଦା ଆଦାୟ କରି ଠାକୁର ଙ୍କ ପୂଜା କରିଛନ୍ତି I

Leave a Reply

Your email address will not be published. Required fields are marked *