ସାମ୍ନାରେ ପୋଲିସ ଙ୍କୁ ଦେଖି ଫାଇନ ଡରରେ ପୁଲିସ୍ ଉପରେ ଅଟୋ ଚଢାଇଦେଲା ଡ୍ରାଇଭର, ଭାଙ୍ଗିଗଲା ମେରୁଦଣ୍ଡ

ନୂଆ ଗାଡି ନିୟମ କୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ଗାଡି ଚାଳକ ମାନଙ୍କ ଉପରେ ବଡ ପରିମାଣର ଜୋରିମାନା ଲଦି ଦିଆଯାଉଛି I ନିକଟରେ ଦେଖିବାକୁ ମିଳିଥିଲା କି ଭୁବନେଶ୍ୱର ରେ ଜଣେ ଅଟୋ ଡ୍ରାଇଭର ଙ୍କ ଉପରେ 47ହଜାର ଟଙ୍କାର ଜୋରିମାନା କଟାଯାଇଥିଲା I ଏହି ଘଟଣା ଟି ଖୁବ ବେଗରେ ଭାଇରଲ ହେବାରେ ଲାଗିଥିଲା I ଏହାଫଳରେ ଅଟୋ ଡ୍ରାଇଭର ମାନେ ଗାଡି ଚଳାଇବାକୁ ଭୟ କରୁଛନ୍ତି I ତେବେ ଟ୍ରାଫିକ ପୋଲିସ କୁ ଭୟ କରି ଜଣେ ଅଟୋ ଡ୍ରାଇଭର ତାଙ୍କ ଉପରେ ଅଟୋ ଚଢାଇ ଦେବା ଘଟଣା ଏବେ ସାମ୍ନା କୁ ଆସିଛି I ଖବର ଅନୁଯାଇ ଗତକାଲି ରାଞ୍ଚିର ମୁଖ୍ୟ ରାସ୍ତାରେ ଟ୍ରାଫିକ ପୋଲିସ ଦ୍ୱାରା କାଗଜପତ୍ର ଯାଞ୍ଚ ହେଉଥିବା ସମୟରେ ଜଣେ ଅଟୋ ଡ୍ରାଇଭର ହାବୁଡ଼ ରେ ପଡିଯାଇଥିଲେ ,ଟ୍ରାଫିକ ପୋଲିସ କୁ ଦେଖି ଜୋରିମାନା ଭୟରେ ଅଟୋ ଡ୍ରାଇଭର ଜଣଙ୍କ ଗାଡି ନ ଅଟକାଇ ଜୋରରେ ଅଟୋ ଚଲାଇ ଟ୍ରାଫିକ ଇନସ୍ପେକ୍ଟର ଜନ ମୁର୍ମୁଙ୍କ ଉପରେ ଚଢାଇ ଦେଇଥିଲେ ,ଫଳରେ ଘଟଣା ସ୍ଥଳରେ ଟ୍ରାଫିକ ବାବୁଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।ଡ୍ରାଇଭର ର ପତ୍ତା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *