ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର କରି ବାଇକ୍‌ ଚାଳକଙ୍କୁ ୧୮,୫୦୦ ଟଙ୍କା ଫାଇନ

ନୂଆ ମୋଟରଯାନ ଆଇନ ଲାଗୁହେବା ପରେ ଜୋରିମାନା କୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିବା ପରେ ଶେଷରେ ବାଧ୍ୟ ହେଇ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ଏହାକୁ ୩ ମାସ ପାଇଁ କୋହଳ କରିଥିଲେ Iତେବେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କେବଳ ଘୋଷଣା ରେ ରହିଯାଇଛି I ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ ବେଖାତିର କରି ପୁଣି ବାଇକ ଚାଳକ ଠାରୁ ୧୮,୫୦୦ ଜୋରିମାନା ଚାଲାଣ କାଟିଛନ୍ତି ଟ୍ରାଫିକ ଵାଲା I

ମିଳିଥିବା ଖବର ଅନୁଯାଇ ଘଟଣା ଟି ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅନ୍ତର୍ଗତ I ୧୮ନଂ ଜାତୀୟ ରାଜପଥର ବଙ୍ଗଳାଛକ ନିକଟରେ ଗତକାଲି ଗାଡି ଯାଞ୍ଚ କରାଯାଉଥିବା ସମୟରେ ସ୍ଥାନୀୟ ଜଣେ ଚାଷୀ ବିଲରୁ ସାର ପକାଇ ଫେରୁଥିବା ସମୟରେ ତାଙ୍କୁ ଅଟକା ଯାଇ ତାଙ୍କ ଉପରେ ୧୮,୫୦୦ ଟଙ୍କା ଜୋରିମାନା ଲଦି ଦିଆଯାଇଛି I ଯୁବକ ଜଣଙ୍କ ନାମ ଗୋପାଳ ଚନ୍ଦ୍ର ମହାନ୍ତ ଏବଂ ତାଙ୍କ ଘର ଶୁଖିଲା ହାର I ଏତେ ଟଙ୍କା ସଙ୍ଗେ ସଙ୍ଗେ ଦେଇପାରିବେନି ବୋଲି କହିବାରୁ ତାଙ୍କ ବାଇକ କୁ ପୋଲିସ ଥାନାକୁ ନେଇଯାଇଛି I

Leave a Reply

Your email address will not be published. Required fields are marked *