ମୋଦି ଙ୍କ ଡିସକଭରୀ ପରେ ଏବେ ନ୍ୟାସନାଲ ଜିଓଗ୍ରାଫିକରେ ଆସିବେ ନବୀନ

ଶI୍ରବଣ ମାସର ଶେଷ ସୋମବାର ରେ ଡ଼ିସକଭରୀ ଚାନେଲ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଧରିଥିଲା ଏପରିକି ଶୋ ର ଉପସ୍ଥାପକ ମଧ୍ୟ ମୋଦିଙ୍କୁ ପ୍ରସଂଶା କରି କହିଥିଲେ କି ପୂର୍ବରୁ ଯାହା କୌଣସି ପ୍ରଧାନମନ୍ତ୍ରୀ କରିପାରିନଥିଲେ ତାହାକୁ ମୋଦି କରି ଦେଖାଇଛନ୍ତି I ତେବେ ମୋଦିଙ୍କ ଏହି ଶୋ ପରେ ଏବେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଏକ ସ୍ୱତନ୍ତ୍ର ସୋ ଆସିବାକୁ ଯାଉଛି ବୋଲି ବିଶ୍ୱସ୍ତ ଖବର ରୁ ସୂଚନା ମିଳିଛି I ଯଦିଓ ଏନେଇ ବିଦ୍ଧିବଦ୍ଧ ଭାବରେ କୌଣସି ଘୋଷଣା ହେଇନାହିଁ ତେବେ ଖୁବ ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ବୋଲି ଶୁଣାଯାଉଛି I

ଲଗାତାର ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ହେଇଥିବା ନବୀନ ପଟନାୟକ ଏବଂ ତାଙ୍କ ସଫଳତା ବିଷୟରେ ଏହି ସୋ ରେ ଦେଖିବାକୁ ମିଳିବ I ମିଳିଥିବା ଖବର ଅନୁଯାଇ ୧୯୯୯ ମହାବାତ୍ୟା ପରଠାରୁ ବର୍ତମାନ ପର୍ଯ୍ୟନ୍ତ କିପରି ଓଡ଼ିଶାର ପ୍ରଗତି ହେଇଚି ,କେଉଁଭଳି ଭାବରେ ଓଡ଼ିଶାର ଦୃଶ୍ୟ ବଦଳିଯାଇଛି ତାହାକୁ ନେଇ ଏକ ସୋ ପ୍ରସାରଣ କରାଯିବ I

Leave a Reply

Your email address will not be published. Required fields are marked *