ନୂଆ ରୂପରେ ଆସିବ ଦୂରଦର୍ଶନ ଘରୋଇ ଟିଭି ଚ୍ୟାନେଲକୁ ଦେବ କଡା ଟକ୍କର

ଏମିତି ଏକ ଦିନ ଥିଲା ଯେତେବେଳେ ଖବର ପାଇଁ ସରକାରୀ ଚାନେଲ ବିଶେଷ କରି ଦୂରଦର୍ଶନ ଉପରେ ଲୋକ ନିର୍ଭର କରୁଥିଲେ I ସେତେବେଳେ ବହୁତ ଲୋକପ୍ରିୟ ଥିଲା ଦୂରଦର୍ଶନ ସହିତ ରାଜ୍ୟସଭା ଟିଭି ,ଲୋକସଭା ଟିଭି ,କିନ୍ତୁ ସମୟ ବଦଳିବା ଭିତରେ ଘରୋଇ ଚାନେଲ ସହିତ ସମକକ୍ଷ ହେଇନପାରି ବହୁ ପଛରେ ପଡିଗଲା ସରକାରୀ ଚାନେଲ I ବୋଧହୁଏ ଏବେ ଦୂରଦର୍ଶନ ର ପତ୍ତା ହଜିଯିବାକୁ ବସିଲାଣି ,ଏହି ସମୟରେ କିନ୍ତୁ ସରକାର ନେଇଛନ୍ତି ନୂଆ ନିଷ୍ପତି ,ପୁଣିଥରେ ଦୂରଦର୍ଶନ ସମେତ ସରକାରୀ ଚାନେଲ ଗୁଡିକୁ ନୂଆ ରୂପରେ ପ୍ରସାରଣ କରାଯିବ I ଘରୋଇ ଟେଲିଭିଜନ ସଂସ୍ଥା କୁ ଟକ୍କର ଦେବ I ସରକାରୀ ଚାନେଲ ରେ ପେଶାଦାର କ୍ରିଏଟିଭିଟି ହେଡ୍ ନିଯୁକ୍ତ ପାଇଁ ଯୋଜନା ଚାଲିଛି ,ଯେଉଁମାନେ କି ଚାନେଲ ର ଟିକିନିକି ଖବର ବୁଝିବା ସହିତ ଦର୍ଶକ ଙ୍କ ରୁଚି କୁ ଅଗ୍ରାଧିକାର ଦେବା ,ଯୁବବର୍ଗ ଙ୍କୁ ଆଖି ଆଗରେ ରଖି ଘରୋଇ ଚାନେଲ କୁ କିପରି ଟକ୍କର ଦେଇ ପୁଣିଥରେ ସରକାରୀ ଚାନେଲ ଏକ ନମ୍ବର ରେ ଆସିବ ସେନେଇ ପ୍ଲାନ କରିବେ I ସୂଚନା ଅନୁଯାଇ ଆଗାମୀ ୨୦୨୦ ମାର୍ଚ୍ଚ ପୂର୍ବରୁ ଏହି ସମସ୍ତ କାର୍ଯ୍ୟ ଶେଷ କରାଯାଇ ସରକାରୀ ଚାନେଲ କୁ ଏକ ନୂଆ ରୂପ ଦିଆଯିବ I

Leave a Reply

Your email address will not be published. Required fields are marked *