ଆସୁଛି ନୂଆ ନିୟମ ୧୫ ବର୍ଷର ପୁରୁଣା ଗାଡ଼ି ସବୁ ବନ୍ଦ ହେବ

ନିକଟରେ ଯାନବାହାନ ସମ୍ପର୍କିତ ନୂଆ ନିୟମ କୁ ନେଇ ଜୋରଦାର ଚର୍ଚା ଚାଲିଥିବା ବେଳେ ଏବେ ପୁଣି ଆସୁଛି ଆଉ ଏକ ନୂଆ ନିୟମ I ଟ୍ରାଫିକ ନିୟମ ନ ମାନିଲେ ଏବଂ ଗାଡିର କାଗଜପତ୍ର ଠିକ ନଥିଲେ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଥିଲା I ତେବେ ଗାଡି ସମ୍ପର୍କିତ ଆଉ ଏକ ନିୟମ ଆସିବାକୁ ଯାଉଛି I ଏହି ନୂଆ ପ୍ରସ୍ତାବ କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ସମର୍ଥନ କରିଥିବା ବେଳେ କ୍ୟାବିନେଟ୍ ନିଷ୍ପତି ନିଆଯାଇ ପ୍ରସ୍ତାବ କୁ ପାରିତ କରାଯିବ I ଏହି ନୂଆ ନିୟମ ଫଳରେ ଅଟୋ ମୋବାଇଲ କ୍ଷେତ୍ର ରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ I ସମସ୍ତ ୧୫ ବର୍ଷରୁ ପୁରୁଣା ଗାଡ଼ି ଗୁଡିକୁ ନିଷିଦ୍ଧ କରାଯିବ I ପୁରୁଣା ଗାଡି ଗୁଡିକର କାଗଜପତ୍ର,ଫିଟନେସ ଠିକ ନଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି I ତେଣୁ ସବୁ ଦୃଷ୍ଟିରୁ ନିଷ୍ପତି ନିଆଯାଇ ଏହି ପ୍ରସ୍ତାବ କୁ ସମର୍ଥନ ଦିଆଯାଇଛି I ଖୁବ ଶୀଘ୍ର ଏହା ଲାଗୁ ହେବ I ଏହାଦ୍ୱାରା ରାସ୍ତାରେ ଆଉ ପୁରୁଣା ତିନିଚକିଆ ଗଡ଼ିଠାରୁ ଚାରି ଚକିଆ ଗାଡି ଗୁଡିକ ଦେଖିବାକୁ ମିଳିବନି I

Leave a Reply

Your email address will not be published. Required fields are marked *