ଖାଦ୍ୟ ଦେବା ବଦଳରେ ଇଂଞ୍ଜିନିୟରଙ୍କ ସ୍ତ୍ରୀକୁ ନେଇ ଫେରାର୍ ହୋଇଗଲା ଜୋମାଟୋ ଡେଲିଭରୀ ବଏ

ସବୁବେଳେ ଚର୍ଚାରେ ଥିବା ଜୋମାଟୋ ପୁଣିଥରେ ଚର୍ଚାକୁ ଆସିଯାଇଛି ,ଏଥରକ କିନ୍ତୁ ଜୋମାଟୋ କର୍ମଚାରୀ ଙ୍କ କାରଣରୁ I ଖାଦ୍ୟ ଡେଲିଭରି ଦେବାକୁ ଆସିଥିବା ଜଣେ ଜୋମାଟୋ କର୍ମଚାରୀ ଇଞ୍ଜିନିଅର ଙ୍କ ସ୍ତ୍ରୀ ଙ୍କୁ ନେଇ ପଳାଇଛି ,ଘଟଣାଟି ଦିଲ୍ଲୀର ଚାନ୍ଦନୀ ଚୈାକ୍ ଅଞ୍ଚଳର I ମିଳିଥିବା ଖବର ଅନୁଯାଇ ଏହି ଅଞ୍ଚଳ ର ଜଣେ ଇଞ୍ଜିନିଅର ଙ୍କ 6ମାସ ତଳେ ବିବାହ ହେଇଥିଲା ,ଉଭୟ ଖୁସିରେ ରହୁଥିଲେ I ଇଞ୍ଜିନିଅର ଙ୍କ ସ୍ତ୍ରୀ ନିୟମିତ ବ୍ୟବଧାନ ରେ କିଛି ନା କିଛି ଖାଦ୍ୟ ଜୋମାଟୋ ରୁ ମଗାଉଥିଲେ I ତେବେ ସଂଯୋଗ ବଶତଃ କେବଳ ଜଣେ ମାତ୍ର ଡେଲିଭରୀ ବଏ ସବୁଦିନ ଖାଦ୍ୟ ଦେବାକୁ ଆସୁଥିଲା

I ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା I ପରେ ଏହି ପ୍ରେମ କୁ ସାକାର କରିବାକୁ ଉଭୟ ଫେରାର ହେଇଯାଇଛନ୍ତି I ଏହାସହିତ ଇଞ୍ଜିନିଅର ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ପାଖାପାଖି ଘରେ ଥିବା ନଗଦ ଅଢ଼େଇ ଲକ୍ଷ ଟଙ୍କା ସହିତ ବହୁ ଦାମୀ ସୁନା ଗହଣା ନେଇ ଯାଇଛନ୍ତି I ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *