ସାବାଡ଼ ହେବେ ପୋଲିସ ବାବୁ ,ଫୋନ କରିବେ ଡିଜି ,ପବ୍ଲିକ ଦେବେ ରେଟିଙ୍ଗ

କଥାରେ ଅଛି ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସ I ସାଧାରଣତଃ ଅଭିଯୋଗ ହୁଏ କି ପୋଲିସ ବାବୁମାନେ ସାଧାରଣ ଲୋକଙ୍କ କଥା ଶୁଣିନଥାନ୍ତି ସାହାଯ୍ୟ ବଦଳରେ ହଇରାଣ କରିଥାନ୍ତି I ଉପର ଅଧିକାରୀ ମାନେ ସବୁବେଳେ କହୁଛନ୍ତି କି ସାଧାରଣ ଲୋକଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଦେଖାଇବା ସହିତ ତୁରନ୍ତ ନ୍ୟାୟ ଦେବାପାଇଁ ,କିନ୍ତୁ ବାସ୍ତବରେ କଣ ସେମିତି ହେଉଛି ? ଆଜି ପୋଲିସ ବାବୁଙ୍କ ବିଷୟରେ ଜାଣିବାକୁ ନିଜେ ଡିଜି ନେଇଥିଲେ ଏକ ଅଭିନବ ଉପାୟ I ଥାନାକୁ ଯାଇଥିବା ଜଣେ ଅଭିଯୋଗ କାରୀଙ୍କୁ ସିଧା ଫୋନ କରିଥିଲେ ଡିଜି I ଏବଂ ପୋଲିସ ବାବୁ ତାଙ୍କୁ କିପରି ନ୍ୟାୟ ଦେଲେ ସେ ନେଇ ଏକ 5ଟିକିଆ ପ୍ରଶ୍ନ ପଚାରିଥିଲେ ରେଟିଙ୍ଗ ପାଇଁ I

କହିଥିଲେ କି ପୋଲିସ ଭଲ ବ୍ୟବହାର ଦେଖାଇଥିଲେ,ବନ୍ଧୁ ପରି ନା କୁସ୍ଚିତ ? ଅଭିଯୋଗକାରୀ :ନା ଭଲବ୍ୟବହାର ଦେଖାଇନାହାନ୍ତି ? ଡିଜି କହିଲେ କେତେ ମାର୍କ ଦେବେ ? ଅଭିଯୋଗକାରୀ 0000 I ଡିଜି :ଅଭିଯୋଗ ପରେ ତୁରନ୍ତ ରସିଦ ଦେଇଥିଲେ କି ଆଇଆଇସି ? I ଅଭିଯୋଗକାରୀ :ନା ବହୁ ବିଳମ୍ବ I ଡିଜି :ତଦନ୍ତ ରେ ସନ୍ତୁଷ୍ଟ? ଅଭିଯୋଗକାରୀ :ନା I ଡିଜି :ବସିବା ପାଇଁ ଚେୟାର ଏବଂ ପିଇବା ପାଇଁ ପାଣି ଦେଇଥିଲେ I ଅଭିଯୋଗକାରୀ :ନା I ଡିଜି :କେହି ପଇସା ମାଗିଥିଲେ କି ? I

ଅଭିଯୋଗକାରୀ :ନା ଏହାପରେ ଧନ୍ୟବାଦ ଦେଇ ଫୋନ ରଖି ଦେଇଥିଲେ ଡିଜି I ତେବେ ବାସ୍ତବ ଚିତ୍ର ସାମ୍ନା କୁ ଆସିଯାଇଥିଲା ପୋଲିସ ର ,ଯାହାକି ଡିଜି ସହଜରେ ବୁଝିପାରିଥିବେ ଏବଂ ଏହାର ପ୍ରତିକାର କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ I

Leave a Reply

Your email address will not be published. Required fields are marked *