ସବୁଠାରୁ ବଡ ଫ୍ୟାନ୍ ଙ୍କ ଘରକୁ ଯିବେ ମୁଖ୍ୟମନ୍ତ୍ରୀ

ଖଗେଶ୍ୱର ଦେହୁରୀ ,ବିଜେଡି ସମର୍ଥକ ଙ୍କ ମଧ୍ୟରେ ବେଶ ପରିଚିତ ନା ଟିଏ । ପ୍ରଭୁଭକ୍ତ ହନୁମାନ ଙ୍କ ପରି ନବୀନ ଯେଉଁଠି କୁ ଯାଆନ୍ତି ସେଠାରେ ପହଞ୍ଚିଯାଆନ୍ତି ଖଗେଶ୍ୱର I ଦେହ ରେ ବିଜେଡି ପତାକା ସହିତ ,ମୁଁହରେ ଦଳୀୟ ଚିହ୍ନ ର ଟାଟୁ I ମନ ,ଶରୀର ସାରା ଖାଲି ବିଜେଡି ବିଜେଡି ବିଜେଡି I ଏପରିକି ନବୀନ ଙ୍କ ସହିତ ସେଲ୍ଫି ନନେବା ଯାଏଁ ବାଡ଼ୁଅ ରହିବେ ବୋଲି ପୂର୍ବରୁ ନିଷ୍ପତି ନେଇଥିବା ଖଗେଶ୍ୱର ଙ୍କ ସହିତ ସେଲ୍ଫି ଉଠାଇ ତାଙ୍କର ମନବାଞ୍ଛା ପୂରଣ କରିଥିଲେ ନବୀନ I ଏବେ ପୁଣି ଥରେ ଖଗେଶ୍ୱର ଙ୍କୁ ପ୍ରତିଶୃତି ଦେଇଛନ୍ତି ନବୀନ ତାଙ୍କ ଘରକୁ ଯିବେ I ଆଗକୁ ବିଜେପୁର ପାଇଁ ଉପନିର୍ବାଚନ ପ୍ରଚାର ହେବାକୁ ଯାଉଥିବା ବେଳେ ପ୍ରଚାର ପାଇଁ ବିଜେଡି ସୁପ୍ରିମ ନବୀନ ସେଠାକୁ ଯିବେ I

ଏହି ଅବସରରେ ଖଗେଶ୍ୱର ଙ୍କ ଘରକୁ ଯିବାକୁ ନିଜେ ଖଗେଶ୍ୱର ଅନୁରୋଧ କରିଥିଲେ ନବୀନ ଙ୍କୁ I ସବୁଠାରୁ ବଡ ଫ୍ୟାନ ବୋଲାଉଥିବା ଖଗେଶ୍ୱର ଙ୍କ ପ୍ରଭୁଭକ୍ତି ରେ ଖୁସି ଅଛନ୍ତି ନବୀନ I କଥା ଦେଇଛନ୍ତି ଏଥରକ ଯେମିତି ବି ହେଉ ସେ ତାଙ୍କ ଘରକୁ ଯିବେ ଏନେଇ ସୂଚନା ଦେଇଛନ୍ତି ଖଗେଶ୍ୱର I ସୂଚନା ଥାଉ କି ବିଜେପୁର ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଦେହୁରୀ ପାଲିରେ ଖଗେଶ୍ୱର ଙ୍କ ଘର ।

Leave a Reply

Your email address will not be published. Required fields are marked *