ଖଣ୍ଡଗିରି ରେ ଟିଉସନ ଯାଉଛି କହି ମାଟ୍ରିକ୍ ଫେଲ୍ ନାବାଳକ ସାଙ୍ଗରେ ୭ମ ଶ୍ରେଣୀ ଛାତ୍ରୀ ଫେରାର

ଆଜିକାଲି ସ୍ମାର୍ଟ ଯୁଗରେ ସମସ୍ତେ ସ୍ମାର୍ଟ ହେଇଗଲେଣି I ଏପରିକି ପ୍ରେମ ବି ସ୍ମାର୍ଟ ହେଇଗଲାଣି I ଛୋଟ ଛୋଟ ପିଲାମାନେ ମଧ୍ୟ ପ୍ରେମ କରି ଫେରାର ହେଇଯାଉଥିବାର ଅନେକ ଖବର ଦେଖିବାକୁ ମିଳୁଛି I ସେହିଭଳି ଜଣେ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହେଇଥିବା ନାବାଳକ ଜଣେ ୭ମ ଶ୍ରେଣୀ ଛାତ୍ରୀକୁ ନେଇ ଫେରାର ହେଇଯାଇଥିଲା I ଘଟଣାଟି ଖଣ୍ଡଗିରି ଅଞ୍ଚଳର I ମିଳିଥିବା ଖବର ଅନୁଯାଇ ଏହି ଅଞ୍ଚଳ ର ଦୁଇ ନାବାଳିକା ଏବଂ ନାବାଳକ ଙ୍କ ମଧ୍ୟରେ ପ୍ରେମ ହେଇଯାଇଥିଲା I ନାବାଳକ ଜଣଙ୍କ ଚଳିତ ମାଟ୍ରିକ ରେ ଫେଲ୍ ହେଇଥିବା ବେଳେ ଛାତ୍ରୀ ଜଣଙ୍କ ସପ୍ତମ ଶ୍ରେଣୀ ପଢୁଥିଲେ I ଟିଉସନ ଯାଉଥିବା ସମୟରେ ପ୍ରେମିକ ସାଙ୍ଗରେ ଫେରାର ହେଇଯାଇଥିଲେ I ଏନେଇ ଘର ଲୋକେ ଥାନାରେ ଏତଲା ଦେଇଥିଲେ ମଧ୍ୟ ଉଭୟ ରାଜ୍ୟ ବାହାରକୁ ପଳାଇଥିଲେ I ତେବେ ପାଖରେ ଥିବା ଟଙ୍କା ସରିଯିବାରୁ ଶେଷରେ ବାଧ୍ୟ ହେଇ ଉଭୟ ଓଡିଶା ଫେରିଥିଲେ ଏବଂ ପୋଲିସ ସେମାନଙ୍କୁ ଟ୍ରାକ କରି ଅଟକ ରଖିଥିବା ବେଳେ ନାବାଳିକା କୁ ଘରକୁ ପଠାଇ ଦିଆଯାଇଛି I ନାବାଳକ ର ସାର୍ଟିଫିକେଟ ଯାଞ୍ଚ ଚାଲିଛି I

Leave a Reply

Your email address will not be published. Required fields are marked *