ଢେଙ୍କାନାଳ ର ନିହାଲପ୍ରସାଦ ଅନ୍ତର୍ଗତ ନିତ୍ୟାନନ୍ଦପୁରରେ ଗୋ ଚାଲାଣ ହେଉଥିବା ସମୟରେ ପୋଲିସ ଖବର ପାଇ ଗାଡି ଅଟକାଇଥିଲା I ଚଢ଼ାଉ ସମୟରେ ଏକ ବୋଲୋରୋ ରେ ମାଫିଆ ମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ I କୌଣସି ପୋଲିସ ଆଘାତ ହେଇନଥିବା ବେଳେ 3ଜଣ ମାଫିଆ ଙ୍କୁ ପୋଲିସ କାବୁ କରିବା ସହିତ ୬ଟି ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି । ପାଖାପାଖି 1000 ରୁ ଉର୍ଦ୍ଧ ସଂଖ୍ୟାରେ ଗାଈ ଉଦ୍ଧାର କରାଯାଇଛି I
ବାହାର ରାଜ୍ୟକୁ ଏହି ଗାଈ ସବୁ ଚାଲାଣ କରାଯାଉଥିବା ର ଏକ ବିଶେଷ ସୂଚନା ମିଳିବା ପରେ ଏକ ସ୍ୱତନ୍ତ୍ର ଟିମ୍ ସଙ୍ଗେ ସଙ୍ଗେ ଅପରେସନ ଆରମ୍ଭ କରିଦେଇଥିଲା I