କନ୍ଧମାଳ: ଶାଳଗଛ ଓ ଡିଟୋନେଟର୍‌ ବସାଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ମାଓବାଦୀ

କନ୍ଧମାଳ ରେ ମାଓବାଦୀ ମାନେ ଶାଳଗଛ ପକାଇ ଓ ଡିଟୋନେଟର ବସାଇ ଜାତୀୟ ରାଜପଥ ଅବରୋଧ କରୁଛନ୍ତି।ଏହା ସହିତ ସେମାନେ କେତେକ ପୋଷ୍ଟର ମାଧ୍ୟମ ରେ ପୋଲିସ ଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସୂଚନା ଅନୁସାରେ ଗୁରୁବାର ରାତି ୧୦ ଟା ପରେ ମାଓବାଦୀ ମାନେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ ନିକଟବର୍ତ୍ତୀ କନ୍ଦିବନ୍ଧା ଠାରେ ରାୟପୁର ଓ ଗୋପାଳପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ କୁ ଗୋଟିଏ ଶାଳ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।ଏହା ସହିତ ଉକ୍ତ ଗଛରେ ଗୋଟିଏ ଡିଟୋନେଟର୍ ମଧ୍ୟ ଖଞ୍ଜିଛନ୍ତି। ଯାହାର ତାର ବାହାରକୁ ଦେଖାଯାଉଛି। ଯାହା ଫଳରେ ଅନେକ ଯାନବାହାନ ସେଠାରେ ଅଟକି ରହିଛନ୍ତି।

ଆଣ୍ଟି ଲ୍ୟାଣ୍ଡମାଇନ୍ ସ୍କୁଅାର୍ଡ୍ ପହଞ୍ଚି ଏହାକୁ ହଟାଇବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *