ତାଳଚେର ବିଧାୟକ ବ୍ରଜ ଙ୍କ ସମେତ ୪୦୦ ଲୋକଙ୍କୁ ଉଠାଇନେଲା ପୋଲିସ ଅଶାନ୍ତ ତାଳଚେର

ତାଳଚେର ବିଧାୟକ ବ୍ରଜ କିଶୋର ଙ୍କୁ ଅଟକ ରଖିଛି ପୋଲିସ ,ବିଧାୟକ ଙ୍କ ସହିତ ଆହୁରି 400ଲୋକ ମଧ୍ୟ ଅଟକ ରହିଛନ୍ତି I ସୂଚନା ଅନୁଯାଇ ଆଜି ତାଳଚେର ସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଉତ୍ତେଜନା ଦେଖାଯାଇଥିଲା , ଜମି ଅଧିଗ୍ରହଣ ଏବଂ ନିଯୁକ୍ତି ସମସ୍ୟା ଲାଗିରହିଥିଲା I ବାରମ୍ବାର ଦାବି ପରେ ମଧ୍ୟ ସ୍ଥାନୀୟ ନିଯୁକ୍ତି ନମିଳିବାରୁ ଲୋକ ଆନ୍ଦୋଳନ କରିଥିଲେ ଏହାକୁ ବିଧାୟକ ସମର୍ଥନ ଦେଇ ଆନ୍ଦୋଳନ ରେ ବସିଥିଲେ I ପରିସ୍ଥିତି ଅସ୍ୱାଭାବିକ ହେବାରୁ ପୋଲିସ 400ଲୋକଙ୍କୁ ଉଠାଇନେବା ସହିତ ବିଧାୟକ ଙ୍କୁ ମଧ୍ୟ ଗିରଫ କରିଛି

I ଏପଟେ ବିଧାୟକ ଙ୍କ ଅଟକ କୁ ନେଇ ସମର୍ଥକ ମାନେ ତୀବ୍ର ସମାଲୋଚନା କରିବା ସହିତ ତାଳଚେର ର ଖଣି ବନ୍ଦ କରିଛନ୍ତି ଏପରିକି ଅଧିକାଂଶ ଛକ ରେ ଟାୟାର ଜାଳି ପ୍ରତିବାଦ କରିଥିବା ବେଳେ ଏବେ ଅବସ୍ଥା ସ୍ୱାଭାବିକ ଅଛି I

Leave a Reply

Your email address will not be published. Required fields are marked *