ମରିଗଲା ମାନବିକତା ,କୁକୁଡ଼ା ବୋଝେଇ ଗାଡି ର ଆହତ ଡ୍ରାଇଭର କୁ ଛାଡିକି ଲୋକେ କୁକୁଡ଼ା ବୋହିଲେ

ଆଜିକାଲି ମାନବିକତା ମରିଯାଉଛି ସ୍ୱାର୍ଥ ଆଗରେ ,ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଂଚଳରେ। ସୂଚନା ଅନୁଯାଇ ଗତକାଲି ଏହି ଅଞ୍ଚଳ ଦେଇ ଏକ କୁକୁଡ଼ା ବୋଝେଇ ଗାଡି ଯାଉଥିଲା ତେବେ ଭାରସାମ୍ୟ ହରାଇ ଗାଡି ଟି ଦୁର୍ଘଟଣା ର ଶିକାର ହେଇଥିଲା I ଗାଡି ଟି ଅନୁଗୁଳ ରୁ ବାହାରି ରାଜଗାଙ୍ଗପୁର ଯାଉଥିଲା I ତେବେ ଡ୍ରାଇଭର ଜଣଙ୍କ ବିକଳରେ ଚିତ୍କାର କରୁଥିବା ସମୟରେ ଲୋକେ ଏକାଠି ହେଇ କୁକୁଡ଼ା ବୋହିଥିଲେ ନିଜ ନିଜ ଘର କୁ Iକେହି ତାଙ୍କ ପ୍ରତି ଧ୍ୟାନ ଦେଇନଥିଲେ ,ଯିଏ ଯେତେ ପାରିଲା କୁକୁଡ଼ା ବୋହିଲା ସାଙ୍ଗରେ I ଶେଷରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ଡ୍ରାଇଭର ଙ୍କୁ ହସ୍ପିଟାଲ ପଠାଇଥିଲା I ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ I ତେବେ ସାମାନ୍ୟ କୁକୁଡ଼ା ପାଇଁ ଯେ କିଭଳି ମାନବିକତା ହଜିଗଲା ତାହା ଏବେ ଭିଡିଓ ଭାଇରଲ ହେବାପରେ ସାମ୍ନା କୁ ଆସିଛି I

Leave a Reply

Your email address will not be published. Required fields are marked *