ଆଜିଠୁ ଜମ୍ମୁ କଶ୍ମୀର ଓ ଲଦାଖ୍ ହେଲା କେନ୍ଦ୍ରଶାସିତ ଅଞ୍ଚଳ,ଲାଗୁହେବ ଏହି 8ଟି ନିୟମ

ଆଜି ଲାଗୁ ହେଇଛି ନୂଆ ନିୟମ ,ଭାରତର ଇତିହାସ ମଧ୍ୟ ଏହି ନିୟମ ଦ୍ୱାରା ବଦଳି ଯାଇଛି ,29ରାଜ୍ୟରୁ ଏବେ 28ରାଜ୍ୟ ଏବଂ 9ଟି କେନ୍ଦ୍ର ଶାଶିତ ଅଞ୍ଚଳ ଭାବରେ ପରିଗଣିତ ହେବ I ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେଇଥିଲା ,ଏବଂ କଟକଣା ଲାଗୁ ହେଇଥିଲା ଆଜି ୮୬ ଦିନ ପରେ ନୂଆ ନିୟମ ଲାଗୁ ହେଉଛି ଜମୁ କାଶ୍ମୀର ରେ I ନୂଆ ନିୟମ ଅନୁଯାଇ 10ଟି ନିୟମ ପରିବର୍ତନ ହେଉଛି I ତେବେ ସବୁଠୁ ବଡ କଥା ଜମୁକଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ନେବେ ଆମ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ,ଏହା ନିହାତି ଭାବରେ ଆମ ଓଡ଼ିଆ ମାନଙ୍କ ପାଇଁ ଏକ ଗର୍ବର କଥା

I ଆସନ୍ତୁ ଜାଣିବା ଆଜି ଠାରୁ କଣ କଣ ସବୁ ନୂଆ ନିୟମ ଲାଗୁହେବ I 1) ଜମ୍ମୁକାଶ୍ମୀର କୁ ଆଜିଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଜଣାଯିବ ,2)ଉର୍ଦ୍ଦୁ ଭାଷା ବଦଳରେ ସରକାରୀ ଭାଷା ଭାବରେ ହିନ୍ଦୀ ଏବଂ ଇଂରାଜୀ କୁ ଅଗ୍ରାଧିକାରଦିଆଯିବ I 3)ଧାରା 370 ଉଛେଦ ପରେ ଏଠାରେ ନୂଆ ଆଇନ ୧୦୬ ଲାଗୁ କରାଯିବ I 4)ପୂର୍ବରୁ RPC ଥିବାବେଳେ ଏହା ବଦଳରେ IPC ଲାଗୁ କରାଯିବ I

5) ବିଶେଷ ଆଇନ 153 କୁ ବନ୍ଦ କରାଯିବ I 6) ବିଧାନସଭା ର କାର୍ଯ୍ୟକାଳ 5ବର୍ଷ ହେବ ,ପୂର୍ବରୁ 6ବର୍ଷ ରହିଥିଲା I 7)ଏଠାରେ ମଧ୍ୟ ଦିଲ୍ଲୀ ଭଳି ବିଧାନସଭା ଗଠନ କରାଯିବ I 8) ଆଇନ୍ ବ୍ୟବସ୍ଥାର ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହାତରେ ରହିବ I

Leave a Reply

Your email address will not be published. Required fields are marked *