ପିଲା କାହିଁକି ହୋମୱାର୍କ କରିନାହାନ୍ତି, ଶିକ୍ଷୟତ୍ରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକଲେ ମନ୍ତ୍ରୀ

ଯେବେଠୁଁ ଶିକ୍ଷାମନ୍ତ୍ରୀ ଭାବେ ସମୀର ଦାସ ଦାୟିତ୍ୱ ନେଲେଣି ,ସେବେଠୁ ଘନ ଘନ ବୁଲୁଛନ୍ତି I ଶିକ୍ଷାରେ ସୁଧାର ଆଣିବାକୁ ନୂଆ ନୂଆ ନିଷ୍ପତି ମଧ୍ୟ ନେଉଛନ୍ତି I ତେବେ ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନବରଙ୍ଗପୁର ଗସ୍ତରେ ଯାଇଥିବା ସମୟରେ ତାରାଗାଁସ୍ଥିତ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ I ଅଚାନକ ମନ୍ତ୍ରୀ ନବମ ଶ୍ରେଣୀ କକ୍ଷ କୁ ଯାଇ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ I ଏପରିକି ପଛରେ ବସିଥିବା ଛାତ୍ରୀ ଙ୍କ ନାମ କଣ ବୋଲି ଶିକ୍ଷୟତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ଶିକ୍ଷୟତ୍ରୀ କହିପାରିନଥିଲେ I ଏଥିରେ ଶିକ୍ଷାମନ୍ତ୍ରୀ ବିରକ୍ତ ହେବା ସହିତ ପିଲାଙ୍କ ହୋମ ୱାର୍କ ଖାତା ଚେକ କରିଥିଲେ I

ପାଖାପାଖି ୯୦ ପ୍ରତିଶତରୁ ଉର୍ଧ ପିଲା କେହି ହୋମ ଓ୍ୱାର୍କ କରିନଥିଲେ କି ଖାତା ଆଣିନଥିଲେ I ମନ୍ତ୍ରୀ ମହୋଦୟ ଏଥିରେ ବିରକ୍ତ ହେଇ ଶିକ୍ଷୟତ୍ରୀ ଙ୍କୁ କାରଣ ଦର୍ଶାଅ ନୋଟି ଜାରି କରିବାକୁ ନିର୍ଦେଶ ଦେଇଥିଲେ I ତେବେ ଜଣେ ବୁଦ୍ଧିଜୀବୀ ଯିଏକି ଶିକ୍ଷା ବିଭାଗରେ କାର୍ଯ୍ୟରତ ସେ କୁହନ୍ତି କି ମନ୍ତ୍ରୀ ବଡ ଅବୁଝା ,ପ୍ରଥମେ ମନ୍ତ୍ରୀ ବୁଝିବା ଦରକାର ଯେ ସ୍କୁଲ ସବୁ ଦଣ୍ଡମୁକ୍ତ ଅଞ୍ଚଳ ଅର୍ଥାତ କାହାକୁ ଦଣ୍ଡ ଦେଇହେବନି ,ପିଲାଙ୍କର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଭୟ ବି ନାହିଁ କାହିଁକି ବା ରହିବ ବିନା ଛାଟରେ କିଏ ଭୟ କଲାଣି କି !ଯୋଉଠି ଭୟ ନାହିଁ ସେଠି କିଏ ହୋମୱାର୍କ କରିବ !

ତାହାଛଡା ଏ ସୋସିଆଲ ମିଡ଼ିଆ ଆଉ ଗଣମାଧ୍ୟମ ଏମିତି ହେଲାଣି ଯେ ଯଦି କେଉଁ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ର ଭଲ ପାଇଁ ଚାପୁଡ଼େ ପକାଇଦେଉଛନ୍ତି ତାକୁ ରେକର୍ଡ କରି ଭାଇରଲ କରି 24ଘଣ୍ଟିଆ ବଜାଉଛନ୍ତି ଶେଷରେ ବିଚରI ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ନିଲମ୍ବନ ହେଉଛନ୍ତି I ଏତେକଥା ରୁ କଣ ମିଳିବ ,ଆମ କାମ ହେଲା ପଢେଇବା ,କାହାକୁ ଦଣ୍ଡ ଦେଇପାରିବୁନି ନଚେତ ଚାକିରୀ ବି ଯିବ, ଆଉ କଣ ସେ ଯୁଗ ଅଛି !ଏବେ ପା ସୋସିଆଲ ମିଡ଼ିଆ ଯୁଗ ,ମନ୍ତ୍ରୀ ମହୋଦୟ ବୁଝିବା ଦରକାର ନା !ଏଇ ଦେଖିଲେନି ଏବେ ଜଣେ ବିଇଓ କେମିତି ବାଇଗଣ ଭର୍ତ୍ତା ଖାଇ ଚାକିରୀ ହରେଇଲେ ଆଉ ମିଡ଼ିଆ ଭାଇମାନେ ଚିକେନ ଚିକେନ କହି ତାଙ୍କୁ ବାରଦୁଆର ଶୁଣ୍ଡିପିଣ୍ଡା କଲେ ,

ପୁରୀ ରେ ପା ଜଣେ ଶିକ୍ଷୟତ୍ରୀ ଉଦ୍ଧତ ବାଳକ ର ଚୁଟି କାଟିଦେଲେ ବୋଲି କେତେ ପାଲା ହେଇଥିଲା I

Leave a Reply

Your email address will not be published. Required fields are marked *