5T ର କମାଲ ଅନୁଗୁଳ ଏସ୍ପି ଙ୍କ ଅତି ଅସଭ୍ୟ ଭାଷାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ

ଗତ ଦୁଇଦିନ ତଳେ ତାଳଚେର MCL ଏବଂ ବାସହରେଇଥିବା ସ୍ଥାନୀୟ ବାସିନ୍ଦା ଙ୍କ ମୁଂହାମୁହିଁ ହେଇଥିଲା ଯେଉଁଥିରେ କି ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନ ନେତୃତ୍ୱ ନେଇଥିଲେ I ତେବେ ଏସ୍ପି ଏବଂ କମ୍ପାନୀ କର୍ତୁପକ୍ଷ ଙ୍କ ସହିତ ସାଧାରଣ ଲୋକଙ୍କର ବିବାଦ ବଢିଥିଲା ଏବଂ ବିଧାୟକ ଙ୍କ ସମେତ 400 ସହଯୋଗୀ ଙ୍କୁ ପୋଲିସ ଉଠେଇ ନେଇଥିଲା I ଏବେ 5T କୁ ଗୁରୁତ୍ୱ ଦିଆଯାଇ କିଭଳି ବ୍ୟବହାର ଭଲ ରହିବ ସେନେଇ କୁହାଯାଉଥିବା ବେଳେ ଏସ୍ପି ଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ,ଯେଉଁଥିରେ କି ଏସ୍ପି ଅତି କଦର୍ଯ୍ୟ ଭାଷାରେ କାହାକୁ ଜଣଙ୍କୁ ଗାଳି କରୁଛନ୍ତି ,ଯଦିଓ କାହାକୁ ଗାଳି ଦେଉଛନ୍ତି ଜଣାପଡିନାହିଁ ତେବେ ଜଣେ ତଳିଆ କର୍ମଚାରୀ ଙ୍କୁ ବୋଲି ଚର୍ଚା ହେଉଛି I

କିନ୍ତୁ ଭାଷା ଏତେ କଦର୍ଯ୍ୟ ଯେ ଯାହାକୁ କହିହେବନି ,ତେବେ ଏକ ପବ୍ଲିକ ଜାଗାରେ ଏଭଳି ଜଣେ ଆଇଏସ ଅଫିସର ଏଭଳି କଦର୍ଯ୍ୟ ଭାଷା ବ୍ୟବହାର କରିବା କୁ ସବୁ ମହଲରୁ ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *