ସାବଧାନ ପୋଲିସ ବାବୁ ଅଚାନକ ଥାନା ରେ ପହଁଚିବେ ୫-ଟି ସଚିବ ପାଣ୍ଡିଆନ

ଲୋକଙ୍କ ପାଇଁ ସରକାର ,ତେବେ କେମିତି ଚାଲିଛି ମୋ ସରକାର ! ସ୍ଥିତି ପରଖିବାକୁ 5T ସଚିବ ଗ୍ରାଉଣ୍ଡ ରେ ବୁଲୁଥିବା ବେଳେ କର୍ତବ୍ୟ ରେ ଅବହେଳା କରୁଥିବା ଅଫିସର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚା ରେ ଅଛନ୍ତି I ନିକଟରେ ହସ୍ପିଟାଲ ବୁଲି ସ୍ଥିତି ପରଖିଥିବା ବେଳେ ଏବେ ଟାର୍ଗେଟ ରେ ଅଛି ଥାନା I ଥାନା ରେ ପୋଲିସ ବାବୁ ଙ୍କ ବ୍ୟବହାର କିଭଳି ଅଛି ସାଧାରଣ ଲୋକଙ୍କ ପ୍ରତି,ତାହା ଦେଖିବାକୁ ପରଖିବାକୁ ଅଚାନକ ଥାନା ରେ ପହଁଚୁଛନ୍ତି ପାଣ୍ଡିଆନ I ଆଜି ସମ୍ବଲପୁର ଅଇଁଠାପାଲି ଥାନାରେ ଅଚାନକ ପହଞ୍ଚିଥିଲେ ପାଣ୍ଡିଆନ୍, ପାଣ୍ଡିଆନ ଙ୍କୁ ଦେଖି ସମସ୍ତେ ଭୟଭୀତ ହେଇଯାଇଥିଲେ I

ପାଣ୍ଡିଆନ ଥାନାରେ ପହଁଚି ଥାନା ଡାଏରୀ ମଗେଇଥିଲେ ,ଏତଲା ଦେଇଥିବା ଅଭିଯୋଗକାରୀ ଙ୍କ ସହିତ ସିଧାସଳଖ ଫୋନ କରି କଥା ହେଇଥିଲେ ପାଣ୍ଡିଆନ I ପୋଲିସ ର ବ୍ୟବହାର କିଭଳି ଏବଂ ତାଙ୍କୁ ସାହାଯ୍ୟ କରୁଛି କି ନାଇଁ ପୋଲିସ ସେ ନେଇ ବୁଝିଥିଲେ I ତାଙ୍କୁ ପୋଲିସ ତରଫ ରୁ କୌଣସି ମାନସିକ ଚାପ ଦିଆଯାଉଛି କି ନାଇଁ ସେ ନେଇ ବୁଝିଥିଲେ I

ଏବଂ ଥାନା ରେ ସମସ୍ତ କର୍ମଚାରୀ ଙ୍କୁ 5T ର ଗୁରୁମନ୍ତ୍ର ଶିଖାଇଥିଲେ I

Leave a Reply

Your email address will not be published. Required fields are marked *