ସ୍ୱର୍ଗଦ୍ୱାର ର ବିକାଶ ପାଇଁ ଛାତିରେ ପଥର ରଖି ବାପାର ସମାଧି ଉଛେଦ କରିବାକୁ ପୁଅ ଦେଲେ ନିର୍ଦେଶ

ଓଡ଼ିଆ ଙ୍କ ସ୍ୱର୍ଗପ୍ରାପ୍ତି ର ଏକ ମାତ୍ର ବିଶ୍ୱାସ ସ୍ୱର୍ଗଦ୍ୱାର I ଭରଷା ରହିଛି କି ଏହିଜାଗାରେ ମୃତ୍ୟୁପରେ ଅନ୍ତିମ ଦାହ ହେଲେ ବ୍ୟକ୍ତିର ନିର୍ବାଣ ହେଇଥାଏ I ତେବେ ଅବହେଳିତ ହେଇ ରହିଥିବା ଏହି ସ୍ୱର୍ଗଦ୍ୱାର ର ବିକାଶ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କା ଘୋଷଣା କରାଯାଇଥିବା ବେଳେ ସ୍ୱର୍ଗଦ୍ୱାର ରୁ ବିଜୁ ବାବୁ ଙ୍କ ସମାଧି କୁ ଉଛେଦ କରାଯିବ I ତେବେ ଏହି ନିଷ୍ପତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନେଇଛନ୍ତି I ବିଜୁ ବାବୁ ସବୁ ଓଡ଼ିଆ ଙ୍କର ପ୍ରିୟ ହେଇଥିଲେ ମଧ୍ୟ ପୁଅ ଙ୍କ ଏଭଳି ନିଷ୍ପତି କୁ ସମସ୍ତେ ସ୍ୱାଗତ କରିଛନ୍ତି I ସୂଚନା ଥାଉ କି ୧୯୯୭ ଏପ୍ରିଲ ୧୭ରେ ଓଡ଼ିଶାର ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁପରେ ତାଙ୍କୁ ସ୍ୱର୍ଗଦ୍ୱାର ରେ ଅନ୍ତିମ ସଂସ୍କାର କରାଯାଇ ପରେ ସେଠାରେ ବିଜୁବାବୁ ଙ୍କ ସମାଧି କରାଯାଇଥିଲା I

କିଛି ସଙ୍ଗଠନ ବିଜୁ ବାବୁ ଙ୍କ ସମାଧି ଉଛେଦ କରିବାକୁ ଦାବି କରିଥିଲେ I I ଏଭଳି ସମୟରେ ଏବେ ପୁରୀର ସୌନ୍ଦର୍ଯ୍ୟକରଣ ଚାଲିଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ତାଙ୍କ ବାପା ଙ୍କ ସମାଧି ଉଛେଦ କରିବାକୁ ନିସ୍ପତି ନେଇଛନ୍ତି I

Leave a Reply

Your email address will not be published. Required fields are marked *