ସହିହେଉନି ରୋଡ ରୋମିଓ ଙ୍କ ଦୌରାତ୍ମ୍ୟ ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ କଲେଜ ଛାତ୍ରୀ

ଭଞ୍ଜନଗର ରେ ମାତିଛନ୍ତି ରୋଡ଼ ରୋମିଓ I କଲେଜ ଛାତ୍ରୀ ମାନଙ୍କୁ ହଇରାଣ କରିବା ଏକ ନିତିଦିନିଆ ଘଟଣା ହେଇଗଲାଣି ,ଯେତେ କହିଲେ ମଧ୍ୟ କେହି ଶୁଣୁନାହାନ୍ତି ସେଥିପାଇଁ ଛାତ୍ରୀ ମାନେ ବାଧ୍ୟ ହେଇ ଉପ ଜିଲ୍ଲାପାଳ ଙ୍କୁ ଦେଖା ହେଇ ଅନୁରୋଧ କରିଛନ୍ତି କି ରୋଡ ରୋମିଓ ମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ I ସୂଚନା ଅନୁଯାଇ ଘଟଣାଟି ଭଞ୍ଜନଗର ର ସାବିତ୍ରୀ ମହିଳା ମହାବିଦ୍ୟାଳୟର I ଏଠିକାର କଲେଜ ସାମ୍ନା ରେ ବାରମ୍ବାର ଛାତ୍ରୀ ମାନଙ୍କୁ କିଛି ଅସାମାଜିକ ଯୁବକ ହଇରାଣ କରିବା ସହିତ କମେଣ୍ଟସ କରୁଛନ୍ତି I ଏପରିକି ଗତ ବୁଧବାର ଦିନ ଜଣେ ଯୁବକ ଙ୍କ ଗାଡି ଧକା ରେ ଜଣେ କଲେଜ ଛାତ୍ରୀ ଆହତ ହେଇଛନ୍ତି I ବାରମ୍ବାର କଲେଜ ପାଖରେ ହମ୍ପସ କରିବାକୁ ଦାବି କରୁଥିଲେ ମଧୁ କେହି କର୍ଣପାତ କରୁନାହାନ୍ତି I

କଲେଜ ସାମ୍ନା ଟି ରାସ୍ତାକୁ ଲାଗିଛି ,ଫଳରେ ଗାଡି ମୋଟର ସବୁ ଦ୍ରୁତ ଗତିରେ ଯାଉଥିବା ବେଳେ ରୋଡ ରୋମିଓ ମାନେ କଲେଜ ସାମ୍ନା ରେ କଲେଜ ଛାତ୍ରୀ ମାନଙ୍କୁ ନାନା ହଇରାଣ କରୁଛନ୍ତି I

Leave a Reply

Your email address will not be published. Required fields are marked *