ଓଡିଶା ମୁଁହା ବାତ୍ୟା ମହା ୧୦ରେ କେନ୍ଦ୍ରାପଡ଼ାରେ ମାଡ଼ ହେବ, ଏହି ସବୁ ଜିଲ୍ଲାକୁ ସତର୍କ

ଓଡିଶାକୁ ପୁଣି ଫେରୁଛି ବାତ୍ୟା ମହା I ଉତ୍ତର ଆଣ୍ଡାମାନରେ ସୃଷ୍ଟି ହେଇଥିବା ଲଘୁଚାପ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହାର ନାମକରଣ କରାଯାଇଥିଲା ମହା I ତେବେ ମହା ଏବେ ଓଡିଶା ମୁଁହା ଏନେଇ ଇଣ୍ଡିଆନ୍‌ ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍‌ ଇନଫର୍ମେସନ୍‌ ସର୍ଭିସେସ୍‌ ସୂଚନା ଦେଇଥିବା ବେଳେ ପାଣିପାଗ ବିଶାରଦ ଶରତ ସାହୁ ମଧ୍ୟ ସମାନ କଥା କହିଛନ୍ତି I ସୂଚନା ଅନୁଯାଇ ବାତ୍ୟା ମହା ଓଡିଶା ମୁଁହା ହେଇଚି I ଏହାର ପ୍ରଭାବ ରେ ଆସନ୍ତା 2/3ଦିନମଧ୍ୟରେ ପ୍ରବଳ ବର୍ଷା ଲାଗି ରହିବ I 8/9ତାରିଖ ରୁ ବର୍ଷା ର ପ୍ରକୋପ ବୃଦ୍ଧି ହେବାସହିତ 10ତାରିଖ ସନ୍ଧ୍ୟା ରୁ 11ତାରିଖ ସକାଳ ମଧ୍ୟରେ ଯେ କୌଣସି ସମୟରେ ଏହା କେନ୍ଦ୍ରାପଡା ରେ ମାଡ ହେଇପାରେ I

ତେବେ ଓଡିଶା ଛୁଇଁଲେ ଏହାର ସଠିକ ଖବର ଜାଣିହେବ ,ବର୍ତମାନ ସୁଦ୍ଧା ଏହାର ଗତିବିଧି ଅନୁଯାଇ କେନ୍ଦ୍ରାପଡା କିମ୍ବା ପୁରୀ ରୁ ଜଗତସିଂହପୁର ମଧ୍ୟରେ ଯେ କୌଣସି ଜାଗାରେ ମାଡ ହେଇପାରେ I ଏହାର ପ୍ରଭାବ ରେ ସାରା ଓଡିଶା ରେ ବର୍ଷା ଲାଗିରହିବ I

Leave a Reply

Your email address will not be published. Required fields are marked *