ସମ୍ବାଦ ରେ ମିଥ୍ୟା ଖବର ପ୍ରକାଶ କରି ସୌମ୍ୟ ହଟହଟା,ବ୍ରହ୍ମଗିରି ରେ ସୌମ୍ୟ ଙ୍କ କୁଶପୁତ୍ତଳିକା ଏବଂ ସମ୍ବାଦ ପୋଡି

ପୂର୍ବତନ ବିଧାୟକ ଲୁଲୁ ମହାପାତ୍ରଙ୍କ ପତ୍ନୀ ନମିତା ମହାପାତ୍ର ଅସୁସ୍ଥ ଅଛନ୍ତି ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଚାଁହୁନାହାନ୍ତି ,ଅସହାୟରେ ଜୀବନ କଟୁଛି ନମିତା ଙ୍କର I ଏଭଳି ଖବର ସମ୍ବାଦ ପତ୍ର ରେ ବାହାରିବା ପରେ ଏହାକୁ ନେଇ ଭିର୍ଣ୍ଣ ଶୈଳୀ ରେ ବିଭିର୍ଣ୍ଣ ପୋର୍ଟାଲ ରେ ଖବର ପ୍ରକାଶ କରାଯାଇଥିଲା I

ଯାହାକୁ ନେଇ ହସ୍ପିଟାଲ ରେ ଭିଡ଼ ଜମିବା ପରେ ଶେଷରେ ହସ୍ପିଟାଲ ରୁ ନମିତା ଘରକୁ ଆସିଥିଲେ ଏବଂ ଗଣାମଧ୍ୟମ ସାମ୍ନା ରେ ନିଜର ବୟାନ ରଖିଥିଲେ ଯେ ସେ ଅସୁସ୍ଥ ଅଛନ୍ତି କିନ୍ତୁ ତାଙ୍କ ବିପକ୍ଷରେ ଯେଉଁ ଖବର ପ୍ରସାରଣ କରାଯାଇଛି ଏହା ସମ୍ପୂର୍ଣ୍ଣ ମିଛ I ତାଙ୍କ ବାପା ଏବଂ ପୂର୍ବତନ ବିଧାୟକ ଏପରି ହୀନ ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି I

ଅପରପକ୍ଷରେ ସମ୍ବାଦ ଖବରକାଗଜ ରେ ନମିତା କିମ୍ବା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ନନେଇ କିଭଳି ଏଭଳି ଖବର ପ୍ରକାଶ କରାଗଲା ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି I ନିରପେକ୍ଷତା ର କଥା ଉଠାଉଥିବା ସୌମ୍ୟ କିଭଳି ନିରପେକ୍ଷତା ଭୁଲିଗଲେ ! ଏହି ଘଟଣାକୁ ନେଇ ବ୍ରହ୍ମଗିରି ରେ ଲୂଲୂସେନା ସ୍ଥାନୀୟ ଢାବା ଛକଠାରୁ ଏକ ରାଲି କରି ସୌମ୍ୟ ଏବଂ ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଙ୍କ କୁଶପୁତ୍ତଳିକା ପୋଡିବା ସହିତ ସହିତ ‘ସମ୍ବାଦ’ ପୋଡି ଥିଲେ I

ତେବେ ଏନେଇ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ଜାଣିବାକୁ ପାଇଛନ୍ତି ବ୍ରହ୍ମଗିରି ରେ ସମ୍ବାଦ ଏବଂ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି ,ଶନିବାର ରେ ସମ୍ବାଦ ରେ ପ୍ରକାଶିତ ଖବରରେ ସେମିତି କିଛି ନଥିଲା ଯେଉଁଥିପାଇଁ ସମ୍ବାଦ ପୋଡିବା ଆବଶ୍ୟକ ,ତଥାପି ସେ ଘଟଣାର ତର୍ଜମା କରିବେ Iତେବେ ଏ ସଂକ୍ରାନ୍ତ ରେ ବର୍ତମାନ ସୁଦ୍ଧା ସଞ୍ଜୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *