ପୁଣି ଚର୍ଚ୍ଚାରେ ସର୍ବ କନିଷ୍ଠା ସାଂସଦ ଚନ୍ଦ୍ରାଣି ମୁର୍ମୁ ,ଟ୍ୱିଟର ରେ ଇଂରାଜୀ ଲେଖି ଟ୍ରଲ ହେଲେ

2019 ଲୋକସଭା ନିର୍ବାଚନରେ ନିର୍ବାଚନ ଜିତି ସବୁଠାରୁ କମ୍ ବୟସ୍କା ସାଂସଦ ଭାବରେ 25 ବର୍ଷିୟା ଚନ୍ଦ୍ରାଣି ମୁର୍ମୁ ସାରା ଭାରତରେ ଚର୍ଚିତ ହେଇଥିଲେ I ବିଜେଡି ଟିକେଟ ରୁ କେନ୍ଦୁଝର ଲୋକସଭା ଆସନ ରୁ ଜିତିଥିଲେ ଚନ୍ଦ୍ରାଣି I ତେବେ 2017ରେ ଭୁବନେଶ୍ବର ସ୍ଥିତ ସୋଆ ୟୁନିଭର୍ସିଟି ରେ ବି ଟେକ କରିଥିବା ଚନ୍ଦ୍ରାଣି ଙ୍କୁ ଜଣେ ଉଞ୍ଚ ଶିକ୍ଷିତା ଭାବରେ ସମସ୍ତେ ଅନୁମାନ କରୁଥିଲେ କିନ୍ତୁ ଏବେ ସୋସିଆଲ ମିଡିଆରେ ଚନ୍ଦ୍ରାଣି ଟ୍ରଲ ହେବାରେ ଲାଗିଛନ୍ତି I

ସୋସିଆଲ ମିଡ଼ିଆ ଟ୍ୱିଟର ରେ ଚନ୍ଦ୍ରାଣି ଙ୍କ ଇଂରାଜୀ ଜ୍ଞାନ ଦେଖି ଏବେ ସମସ୍ତେ ହସି ହସି ଗଡି ଯାଉଛନ୍ତି I

ଚନ୍ଦ୍ରାଣି ଙ୍କ ଭେରିଫIଏଡ ଟ୍ୱିଟର ଆକାଉଣ୍ଟସ (ବ୍ଲୁ ଟିକ ରହିଛି ) ରୁ ବିଭିର୍ଣ୍ଣ ପ୍ରସଙ୍ଗରେ ଟ୍ୱିଟ କରାଯାଇଥିବା ବେଳେ ଏହାର ଇଂରାଜୀ ଅର୍ଥ ପଢି ଜେ କେହି ବି ନହସି ରହିପାରିବେନି I ଆପଣ ବି ଦେଖନ୍ତୁ ଚନ୍ଦ୍ରାଣି ଙ୍କ ଭେରିଫIଏଡ ଟ୍ୱିଟର ଆକାଉଣ୍ଟସ ରୁ କରାଯାଇଥିବା କିଛି ଟ୍ୱିଟ I

ତେବେ ଏହାକୁ ନେଇ ବିଭିର୍ଣ୍ଣ ଟ୍ରଲ କରାଯାଉଛି ,ଏପରିକି ଟ୍ରଲ ହେବାପରେ ଶେଷରେ ଚନ୍ଦ୍ରାଣି ଙ୍କ ନାମରେ ଥିବା ଆକାଉଣ୍ଟସ ଡିଲେଟ କରିଦିଆଯାଇଛି I

ଏବେ ସବୁଆଡୁ ପ୍ରଶ୍ନ ଉଠୁଛି କି ଟ୍ରଲ ହେବାପରେ ଚନ୍ଦ୍ରାଣି ତାଙ୍କ ଆକାଉଣ୍ଟସ ଡିଲେଟ କରିଦେଲେ କାହିଁକି !ତେବେ ବର୍ତମାନ ସୁଦ୍ଧା ଘଟଣା ସଂକ୍ରାନ୍ତରେ ଚନ୍ଦ୍ରାଣି ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *