କେବେ ବି ଭୁଶୁଡ଼ି ପାରେ ଛାତ: ହେଲମେଟ ପିନ୍ଧି କାମ କରୁଛନ୍ତି ସରକାରୀ କର୍ମଚାରୀ

ରାସ୍ତାରେ ହେଲମେଟ ପିନ୍ଧି ଗାଡ଼ି ଚଳାଇବା କଥା ସମସ୍ତେ ଜାଣନ୍ତି।କିନ୍ତୁ ଅଫିସ ରେ ହେଲମେଟ ପିନ୍ଧି ବସିବା ଘଟଣା ବୋଧ୍ ହୁଏ ଆପଣମାନେ ଜାଣି ନ ଥିବେ।ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ।

ଏଠାରେ ଇଲେକ୍ଟ୍ରି ଅଫିସରେ କର୍ଯ୍ୟକରୁଥିବ ସରକାରୀ କର୍ମଚାରୀ ମାନେ ଅଫିସର ଛାତର ଅବସ୍ଥା ଖରାପ ଥିବାରୁ ହେଲମେଟ ପିନ୍ଧି ଅଫିସ ରେ କାମ କରିବାକୁ ବାଧ୍ୟ ହେଉଛନ୍ତି।ତେବେ ଛାତ ଭୁଶୁଡିଲେ ହେଲମେଟ କେତେଦୂର ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେବ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଜଣେ କର୍ମଚାରୀଙ୍କ କହିବା ଅନୁସାରେ ମୁଁ ଦୁଇ ବର୍ଷ ତଳୁ ଏହି ଅଫିସ ରେ ଯୋଗ ଦେବା ସମୟରୁ ହିଁ ଏହି ଅବସ୍ଥା ରହିଛି। ଏ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ମରାମତି କରାଯାଇନାହିଁ।

Leave a Reply

Your email address will not be published. Required fields are marked *