ପ୍ରଦୂଷଣ କବଳ ରେ ଭୁବନେଶ୍ୱର,ତଥ୍ୟ ଲୁଚାଇ କହୁଛନ୍ତି ଆମ ଜଳବାୟୁ ସୁସ୍ଥ

ବର୍ତ୍ତମାନ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗୁଛି। ଭୁବନେଶ୍ୱର ର କେତେକ ସ୍ଥାନରେ ବାୟୁ ଅତ୍ୟଧିକ ପରିମାଣରେ ପ୍ରଦୂଷଣ ହେବାରେ ଲାଗୁଛି। କିନ୍ତୁ ଏହି କଥା କୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଲୁଚଉଥିବାରୁ ଅନେକ ଲୋକ ଏହି କଥା ଜାଣିପାରୁନାହନ୍ତି।

ରାଜଧାନୀ ରେ ବର୍ତ୍ତମାନ ବାୟୁ ଏତେ ପ୍ରଦୂଷଣ ହୋଇଗଲାଣି ଯେ ତାହା ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇ ରହିନାହିଁ। ଭୁବନେଶ୍ୱର ର ବାୟୁ କେତେ ପରିମାଣରେ ପ୍ରଦୂଷଣ ହୋଇଛି ତାହା ଗତ ରବିବାର ଦିନ ବାୟୁ ର ମାନ ରୁ ଜଣାଯାଇଛି। ରବିବାର ଦିନ ଛୁଟି ଦିନ ହୋଇଥିବାରୁ ଏହି ଦିନରେ ରାଜଧାନୀ ଏତେ ଭିଡ଼ ନଥାଏ। ତଥାପି ଏହିଦିନ ର ବାୟୁ ଶରୀର ପାଇଁ ସ୍ୱାସ୍ଥ୍ୟକର ନଥିଲା। ରାଜଧାନୀ ରେ ବାୟୁ ଏତେ ପ୍ରଦୂଷଣ ହୋଇଥିବା ପରେ ବି ସରକାରୀ ସଂସ୍ଥା କିପରି ରାଜଧାନୀ କୁ ସୁସ୍ଥ ରାଜଧାନୀ କରିଦେଇଛି ତାହା ଏହାର ପଲ୍ୟୁସନ୍ ଆନାଲାଇଯର କୁ ଦେଖିଲେ ଜଣାଯାଏ।

କେବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ, ବିଏସସିଏଲ୍ ପକ୍ଷରୁ ରାଜଧାନୀ ରେ ଲାଗିଥିବା ୧୦ ଟି ଏୟାର ପଲ୍ୟୁସନ୍ ଆନାଲାଇଜର୍ ମଧ୍ୟରୁ ଏବେ ୪ ଟି କାମ କରୁଥିବା ବେଳେ ଏଥିରେ ଦିନର ଭିନ୍ନ ଭିନ୍ନ ସମୟର ଏକ୍ୟୁଆଇ ପ୍ରଦର୍ଶିତ ନ ହୋଇ ସାରା ଦିନର ହାରାହାରି ତଥ୍ୟ ଦେଖାଯାଉଛି ଏବଂ ଭୁବନେଶ୍ବର କୁ ପ୍ରଦୂଷଣ ମୁକ୍ତ ସହର ବୋଲି ପ୍ରମାଣିତ କରିବାକୁ ଚେଷ୍ଠା କରାଯାଉଛି।

Leave a Reply

Your email address will not be published. Required fields are marked *