ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୮୦ରୁ ୯୦ କି.ମି. ବେଗରେ ପବନ ବହିବ

ବାତ୍ୟା ‘ବୁଲ୍‌ବୁଲ୍’ ଏବେ ପାରାଦୀପଠାରୁ ୩୯୦କି.ମି. ଦୂରରେ ରହିଥିବା ବେଳେ ଓଡିଶା ପାଇଁ ଏହାର ବିପଦ ନାହିଁ କିନ୍ତୁ ବର୍ଷା ଏବଂ ପବନ ଲାଗି ରହିବ I ଏହାର ପ୍ରଭାବ ରେ ଉପକୂଳବର୍ତ୍ତୀ ଓଡ଼ିଶାରେ ଆଜି ସକାଳ ଠାରୁ ବର୍ଷା ଆରମ୍ଭ ହେଇଗଲାଣି ଏପରିକି କିଛି ସ୍ଥାନରେ ପବନର ଗତି ମଧ୍ୟ ଟିକେ ଅଧିକ ରହିଥିବା ଦେଖାଯାଉଛି I ବାତ୍ୟା ଆସନ୍ତାକାଲି ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ କରିବ ବୋଲି ନିର୍ଦ୍ଧିଷ୍ଟ ସୂଚନା ମିଳିଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ଦ୍ୱାରା ଆସନ୍ତାକାଲି କେନ୍ଦ୍ରାପଡା ,ବାଲେଶ୍ବର, ଯାଜପୁର , କଟକ ,ଏବଂ ଜଗତସିଂହପୁର ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି I ପାଣିପାଗ ସୂଚନା ଅନୁଯାଇ ବୁଲବୁଲ ପ୍ରଭାବ ରେ ଆଜି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାବେଳେ ଆସନ୍ତାକାଲି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି I

Leave a Reply

Your email address will not be published. Required fields are marked *