କେନ୍ଦ୍ରାପଡା ରେ ଓଟିଭି ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଘଟଣାରେ ଗତକାଲି ସମସ୍ତ ଗଣାମଧ୍ୟମ ର ପ୍ରତିନିଧି ମିଳିତ ଭାବେ ବିରୋଧ କରିଥିବା ବେଳେ ନିଉଜ 7 ଏଡିଟର ଅର୍ଧେନ୍ଦୁ ଦାସ ମଧ୍ୟ ଅନୁଭବ ଙ୍କୁ ଅହଙ୍କାରୀ କରି କଟାକ୍ଷ କରିଥିଲେ ଏହାପରେ କନକ ଏଡିଟର ମନୋରଂକନ ମିଶ୍ର ମଧ୍ୟ ଗତକାଲି ଫେସବୁକ ରେ ନିଜର ବ୍ୟକ୍ତିଗତ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅନୁଭବ ବହୁତ ବଡ ଭୁଲ କରିଛନ୍ତି I
ତାଙ୍କୁ କିଏ ଦେଲା ଏ ଅଧିକାର ! ଏହା ଆଇନତଃ ଅପରାଧ ।ଜଣଙ୍କ ବିନା ଅନୁମତି ରେ ତାଙ୍କ ଶରୀର କୁ ଛୁଇଁବା ବଡ଼ ଅପରାଧ । ଅନୁଭବ ଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ ଅଟେ I ଜଣଙ୍କ ପରେ ଜଣେ ବଳିଷ୍ଠ ସାମ୍ବାଦିକ ଏବେ ଅନୁଭବ ଙ୍କ ବିରୁଧରେ ମୁଁହ ଖୋଲିବା ପରେ ଦଳର ସୁପ୍ରିମ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାର ବାକି ଅଛି I