୨ ପୁଅ ଝିଅ ଙ୍କୁ ଓଏମ୍‌ପି ଛକରେ ଛାଡି ପ୍ରେମିକ ସହ ପଳାଇଲା ମା

ମା ,ମମତା ର ଏକ ଭଣ୍ଡାର I ମା ପରି କିଏ ହେବ ? ସବୁ ସମ୍ପର୍କ ଠାରୁ ବଡ ହେଉଛି ମା ର ସମ୍ପର୍କ I କିନ୍ତୁ ମା ର ଏହି ସମ୍ପର୍କ ରେ କଳଙ୍କ ଲଗାଇଛି ଜଣେ ମହିଳା I ନିଜ ସ୍ୱାର୍ଥ ପାଇଁ ଶେଷରେ ନିଜ ସନ୍ତାନ କୁ ପଛରେ ପକାଇଦେଇଛି ଜଣେ ମହିଳା I ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ର ଓଏମ୍‌ପି ଛକରେ I ଦୁଇଜଣ ଛୋଟ ଶିଶୁ କଇଁ କଇଁ ହେଇ କାନ୍ଦୁଥିଲେ ,ଲୋକମାନେ ତାଙ୍କ ପାଖରେ ପହଞ୍ଚି ବୁଝିବା ପରେ ଜଣାପଡିଥିଲା କି ତାଙ୍କ ଘର ପୁରୀ ବାସେଳୀ ସାହି ରେ I ଝିଅ ର ବୟସ ୯ ବର୍ଷ ହେଇଥିବା ବେଳେ ପୁଅର ବୟସ ୫ ବର୍ଷ I

ଘରେ ପାରିବାରିକ କଳହ ଲାଗିରହୁଥିଲା ଯେଉଁଥିପାଇଁ ଆଜି ତାଙ୍କ ମା ଙ୍କ ସହିତ କଟକ ଆସିଥିଲେ କିନ୍ତୁ ନିର୍ଦୟା ମା ଜଣଙ୍କ ଦୁଇ ଛୁଆ ଙ୍କୁ ଛାଡି ଜଣେ ଯୁବକ ଙ୍କ ସହିତ ଫେରାର ହେଇଯାଇଥିଲେ I ଛୁଆ ଦୁଇଜଣ ଯେତେ ମା ମା ହେଇ କାନ୍ଦି ଦୋଉଡିଥିଲେ ମଧ୍ୟ ମା ଶୁଣିନଥିଲା I ପରେ ଘଟଣା ସ୍ଥଳରୁ ଦୁଇ ଶିଶୁ ଙ୍କୁ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନ୍‌ରେ ରଖାଯାଇଛି I

Leave a Reply

Your email address will not be published. Required fields are marked *