ଆଶ୍ରମ କୂଳରେ ଦେଖାଗଲା ଦୁର୍ଲଭ ଧଳା କାଉ 4ଦିନ ଧରି ବସିରହିଛି ଗୋଟିଏ ଜାଗାରେ

ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ଏକ ଧଳା କାଉ ର ଛବି I ଯାହାକି ମଧ୍ୟପ୍ରଦେଶ ର ଏକ ଆଶ୍ରମ ନିକଟରେ ଦେଖିବାକୁ ମିଳିଛି I ସାଧାରଣତଃ କାଉ ର ରଙ୍ଗ କଳା ଅଟେ I ବିଶେଷ କରି ଭାରତୀୟ ପାଣିପାଗ ରେ ଦେଖିବାକୁ ମିଳୁଥିବା କାଉ ର ରଙ୍ଗ କଳା ,ଧଳା କାଉ କଥା କୁହାଗଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ I ତେବେ 4ଦିନ ଧରି ମଧ୍ୟପ୍ରଦେଶର ର ବଡବାନୀ ଜିଲ୍ଲାରେ ନର୍ମଦା ନଦୀ ପାଖରେ ଥିବା ଏକ ଆଶ୍ରମରେ ଗୋଟିଏ ଧଳା କାଉ ଦେଖିବାକୁ ମିଳିଛି I ପ୍ରଥମେ ପକ୍ଷୀ ଟିକୁ ଦେଖିବାପରେ ସମସ୍ତେ ଭାବିଥିଲେ କି କୌଣସି ଏକ ଧଳା ରଙ୍ଗର ଅଜଣା ପକ୍ଷୀ I

ପରେ ସମସ୍ତଙ୍କ ମନରୁ ସନ୍ଦେହ ଦୂର ହେଇଥିଲା ଯେତେବେଳେ ପକ୍ଷୀ ଟି କା କା କରି ରାବିବାରେ ଲାଗିଥିଲା I ଧଳା ରଙ୍ଗ ସହିତ ଗୋଲାପୀ ଆଖି ଏବଂ ଧଳା ଥଣ୍ଟ ସମସ୍ତଙ୍କୁ ଚକିତ କରିଦେଇଥିଲା I ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ଏହିକି କାଉ ଟି ସେହି ନିର୍ଦ୍ଧିଷ୍ଟ ଜାଗାରେ 4ଦିନ ଧରି ବସି ରହିଛି I କାଉ କୁ ଦେଖିବାକୁ ଦୂର ଦୁରାନ୍ତର ରୁ ଲୋକଙ୍କ ଭିଡ ଜମିବାରେ ଲାଗିଛି I ଗାଁ ଲୋକଙ୍କ କହିବାନୁଯାୟୀ ପୂର୍ବରୁ ସେମାନେ କେଭେଁବି ଧଳା କାଉ କଥା ଶୁଣିନଥିଲେ ପ୍ରଥମଥର ପାଇଁ ଏଭଳି କାଉ କୁ ଦେଖିବାକୁ ପାଇଲେ ଏହା ତାଙ୍କ ଗାଁ ପାଇଁ ଶୁଭ ଅଟେ I

ତେବେ ବୈଜ୍ଞାନିକ ମତ ଅନୁଯାଇ କାଉର ଶରୀର ରେ ବହୁତ ପରିମାଣରେ ମେଲାନୀନ ଥାଏ ,ଆଲବିନିଜମ୍‌ ଯୋଗୁଁ କାଉର ରଙ୍ଗ କଳା ହେଇଥାଏ କିନ୍ତୁ ବେଳେବେଳେ କୌଣସି ରୋଗ ଯୋଗୁଁ ମେଲନିନ ଶରୀର ରେ ଠିକ ଭାଗରେ ପହଁଚିପାରିନଥାଏ ତେଣୁ କଳା ବଦଳରେ ଶରୀର ଧଳା ହେଇଥାଏ I ଏହାକୁ ସାଧାରଣତଃ ଆଲଵିନୋ କୁହାଯାଏ I

Leave a Reply

Your email address will not be published. Required fields are marked *