ଫେସବୁକରେ ମୋଦିଙ୍କ ବିରୁଧରେ ଅଶ୍ଳୀଳ ପୋଷ୍ଟ କରି ନିଲମ୍ବନ ହେଲେ ସବ-ଇନସପେକ୍ଟର

ସୋସିଆଲ ମିଡ଼ିଆ ରେ ଦିନକୁ ଦିନ ରାଜନେତା ମାନଙ୍କର ମିଥ୍ୟା କପୋଳକଳ୍ପିତ ଫୋଟୋ ସବୁ ଏଡିଟ କରାଯାଇ ଅଶ୍ଳୀଳ ତଥା କଦର୍ଥ କରାଯାଉଥିବା ବେଳେ କିଛିଦିନ ତଳେ ସୂଚନା ମିଳିଥିଲା କି ଯେଉଁମାନେ ଏଭଳି କାର୍ଯ୍ୟ କରିବେ ସେମାନଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ଏହାଉପରେ ସାଇବର ସେଲ ତୀକ୍ଷ୍ମ ନଜର ରଖିଛି I ତେବେ ଜଣେ ସବ୍-ଇନସପେକ୍ଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ଙ୍କ ବିରୁଧରେ ଫୋଟୋ କୁ ଏଡିଟ କରି ଅଶ୍ଳୀଳ ଭାବରେ ଫେସବୁକ ରେ ପୋଷ୍ଟ କରିବା ପରେ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ସବ୍-ଇନସପେକ୍ଟର ଙ୍କ ନାମ ଆନନ୍ଦ ଗୌତମ I ତାଙ୍କୁ ଏସଆଇ ପଦବି ରୁ ନିଲମ୍ବିତ କରାଯାଇଛି। ଆନନ୍ଦ କାଦିପୁର କୋତଓ୍ବାଲି‌ରେ କାର୍ଯ୍ୟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଙ୍କ ଫୋଟୋ କୁ ଏଡିଟ କରି ଜାତିଆଣ ବିରୋଧରେ ପୋଷ୍ଟ କରିଥିଲେ I

ଏହା ସାଇବର ସେଲ୍ ପୋଲିସ୍ ନଜର କୁ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରାଯାଇଛି I

Leave a Reply

Your email address will not be published. Required fields are marked *