ଟ୍ରାଫିକ ନିୟମ କଡାକଡ଼ି ଡେଡଲାଇନ୍ ସମୟସୀମା ପୁଣି 3ମାସ ବଢ଼ିଲା

ନୂଆ ଟ୍ରାଫିକ ନିୟମ ଲାଗୁହେବାପରେ DL , ପ୍ଲୁସନ ,ହେଲମେଟ ,ଗାଡି କାଗଜପତ୍ର ନଥିବା ଚାଳକ ଙ୍କୁ ଜୋରିମାନା ଆଦାୟ କରାଯାଇଥିଲା ,ପୂର୍ବରୁ ଏହା ଛୋଟ ପରିମାଣ ଥିବାବେଳେ ନୂଆ ନିୟମ ଅନୁଯାଇ ବଡ ପରିମାଣରେ ଫାଇନ କଟାଯାଇଥିଲା ଯାହାକୁ ନେଇ ସବୁଆଡେ ଜୋରଦାର ଚର୍ଚା ଧରିଥିବା ବେଳେ ଫାଇନ ଭୟରେ ଗାଡିର କାଗଜ ପତ୍ର ସବୁ କରିନେବାକୁ 3ମାସ ସମୟ ଦିଆଯାଇଥିଲା I ଏହି ଧାର୍ଯ୍ୟ ସମୟ ଡିସେମ୍ବର 1ରେ ସରୁଥିବା ବେଳେ ଆରଟିଓ ଅଫିସ ରେ ନାହିଁନଥିବା ଭିଡ ପରିଲକ୍ଷିତ ହେଉଛି I

ଅପରପକ୍ଷରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ କି ପୂର୍ବଭଳି 1ତାରିଖ ପରେ ଜୋରଦାର ଚେକିଂ କରାଯିବ କିନ୍ତୁ ଲୋକଙ୍କ ସମସ୍ୟା ଦେଖି ଆଜି ବିଧାନସଭାରେ ବିଜେଡି ବିଧାୟକ ଆଉ କିଛି ଦିନ ସମୟ ଦେବାକୁ ଦାବି କରିଥିଲେ I ଲାଗି ରହିଥିବା ସମସ୍ୟା କୁ ଦେଖି ପୁଣି 3ମାସ ଯାଏଁ ସମୟ ସୀମା ବୃଦ୍ଧି କରାଯାଇଛି I ଅର୍ଥାତ ମାର୍ଚ୍ଚ 1 ତାରିଖ ଯାଏଁ ଏହାର ସମୟସୀମା ବୃଦ୍ଧି କରାଯାଇଛି I ଏ ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *