ରାସ୍ତାରେ ଯାଉଥିବା ସମୟରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି କଟିଗଲା ଯୁବକ ଙ୍କର ଗୁପ୍ତାଙ୍ଗ,୬୩ ଲକ୍ଷ ଜୋରିମାନା ଦେଲେ ସରକାର

ଆପଣ ରାସ୍ତାରେ ଯାଉଥିବେ ହଠାତ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଆପଣ ଆଘାତ ହେବେ ,ଏପରିକି ସେହି ଆଘାତ ଦ୍ୱାରା ଆପଣ ସବୁଦିନ ପାଇଁ ଅକର୍ମଣ୍ୟ ହେଇ ନିଜର ଯୌନ କ୍ଷମତା ମଧ୍ୟ ହରାଇବେ ତେବେ ଆପଣ କଣ କରିବେ ? ଏମିତି ଘଟଣା ତ ନିତିଦିନିଆ କଥା , ଅନେକ ଲୋକ ଏହାର ଶିକାର ହେଇଥିବାର ନଜିର ରହିଛି I

ତେବେ ପ୍ରଥମ ଥର ପାଇଁ ଏହା ବିରୁଧରେ ଜଣେ ଯୁବକ କୋର୍ଟ ର ଦ୍ୱାରସ୍ଥ ହେଇ ସରକାର ଙ୍କୁ ପାନେ ଦେଇଛନ୍ତି I ସରକାର ଙ୍କ ଏଭଳି ବେପରୁଆ କାର୍ଯ୍ୟ ପାଇଁ ଯୁବକ ଜଣଙ୍କ ଅକର୍ମଣ୍ୟ ହେଇଯାଇଥିଲେ ଯେଉଁଥିପାଇଁ କୋର୍ଟ ରେ ମାମଲା ୠଜୁକରି ୬୩.୨୬ ଲକ୍ଷ ଟଙ୍କା ର କ୍ଷତିପୂରଣ ଆଦାୟ କରିଛନ୍ତି I ସୂଚନା ଅନୁଯାଇ ଘଟଣାଟି ଚେନ୍ନାଇର I ଜଣେ ଯୁବକ ଆନନ୍ଦ କୁମାର ରାସ୍ତାରେ ଯାଉଥିବା ବେଳେ ତାଙ୍କ ଉପରେ ଏକ ବିଦ୍ୟୁତ ଖୁଣ୍ଟି ପଡିଯାଇଥିଲା ସେ ଗୁରୁତର ଆହତ ହେଇ ହସ୍ପିଟାଲ ରେ ଭର୍ତି ହେଇଥିଲେ I

ପରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଥିଲା I ଏପରିକି ସବୁଦିନ ପାଇଁ ଯୁବକ ଜଣଙ୍କ ନିଜର ପୌରୁଷତ୍ୱ ହରାଇବସିଲେ I 26ବର୍ଷରେ ବଞ୍ଚି ଥାଉ ଥାଉ ଅଚଳ ହେଇଗଲେ I ଶେଷରେ ବାଧ୍ୟହେଇ ଚେନାଇ ସରକାର ଙ୍କ ବିରୁଧରେ ମାମଲା ୠଜୁକରିଥିଲେ I ପ୍ରଥମେ ସରକାର ଙ୍କ ତରଫରୁ ୫ ଲକ୍ଷ ଟଙ୍କା ଟଙ୍କା ଦିଆଯାଇ ଥିବା ବେଳେ ଏହା ବିରୁଧରେ ଯୁବକ ଅଦାଲତ ର ଦ୍ୱାରସ୍ଥ ହେଇଥିଲେ ଏବଂ ଅଦାଲତ ଘଟଣାର ଶୁଣାଣି କରି ଯୁବକ ଜଣଙ୍କୁ କ୍ଷତି ପୂରଣ
ବାବଦକୁ ୬୩.୨୬ ଲକ୍ଷ ଟଙ୍କା ଦେବାକୁ ସରକାର ଙ୍କୁ ନିର୍ଦେଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *