ଭଣ୍ଡ ରୁ କିଭଳି ହେଇଥିଲେ ଭଗବାନ , ସାରଥୀ ଙ୍କ ଗୁମର ଖୋଲିଲେ ଆଇପିଏସ୍ ଅରୁଣ ବୋଥ୍ରା

ଦିନ ଥିଲା ସେ ଥିଲେ ଅଘୋଷିତ ଭଗବାନ ଙ୍କ ଅବତାର I ନିଜକୁ ବେତାଜ ବାଦଶାହା କହୁଥିବା ଭଣ୍ଡ ସାରଥୀ ଙ୍କ ଭଣ୍ଡାମୀ ଖୋଲିଯାଇଥିଲା ଏକ ଗଣମାଧ୍ୟମ ର ଷ୍ଟିଙ୍ଗ ଅପରେସନ ଦ୍ୱାରା I ବହୁ ତୁମ୍ବିତୁଫାନ ଜଳାପୋଡ଼ା ପରେ ଶେଷରେ ଆଇନ ହାତରେ ବନ୍ଦୀ ହେଇ ଜେଲ୍ ରେ ରହିଥିଲେ ସାରଥୀ I ପାଦରୁ ମହୁ ଝରିବା ହେଉ କିମ୍ବା ହାତରୁ ବିଭୁତି ଏସବୁ ଭଣ୍ଡାମୀ ପରେ ହାଇଦ୍ରାବାଦ ର ଗୋଲକୁଣ୍ଡା ହୋଟେଲ ରେ ଜଣେ ଯୁବତୀ ଙ୍କ ସହିତ ଜିନ୍ସ ପାଣ୍ଟ ରେ ନଜିର ଆସିବା ପରେ ଗୋଟିକ ପରେ ଗୋଟିଏ ଗୁମର ଖୋଲିଥିଲା ଭଣ୍ଡାମୀ ର I

ନିକଟରେ ଜାମିନ ପାଇ ସାରଥୀ କୋଲକତା ଚାଲିଯାଇଥିବା ବେଳେ କୌଣସି ବି ସ୍ଥାନରେ ପ୍ରବଚନ କରିବା ପାଇଁ ତାଙ୍କୁ ଅନୁମତି ଦିଆଯାଇନାହିଁ i ତେବେ ଜଣେ ସାଧାରଣ ଲୋକ ରୁ କିଭଳି ମାନ୍ୟବର ହେଇଗଲେ ତାହାକୁ ନେଇ ଅସଲ ଗୁମର ଖୋଲିଛନ୍ତି ଆଇପିଏସ୍ ଅଫିସର ଅରୁଣ ବୋଥ୍ରା I ଏନେଇ ଏକ ଟ୍ୱିଟ କରିଛନ୍ତି ,ଟ୍ୱିଟ ଅନୁଯାଇ ସାରଥୀ ଜାଣିଥିଲେ ସେ ଜଣେ ସାଧାରଣ ଲୋକ କିନ୍ତୁ ତାଙ୍କ ପ୍ରବଚନ କୁ ଲୋକମାନେ ବହୁତ ଭଲ ପାଉଥିଲେ ଆଉ ଯେବେ ତାଙ୍କ ପାଖକୁ ଆସୁଥିବା ଲୋକମାନଙ୍କ ଜୀବନରେ କୌଣସି ଚମତ୍କାର ଘଟୁଥିଲା ସେମାନେ ସାରଥୀ ଙ୍କ ମହିମା ଭାବି ପ୍ରଚାର କରୁଥିଲେ ୟା ମଧ୍ୟରେ ତାଙ୍କ ସମର୍ଥକ ଙ୍କ ସଂଖ୍ୟା ବଢ଼ିଯାଇଥିବା ବେଳେ ତାଙ୍କୁ ଭଗବାନ ଙ୍କ ଅବତାର ଭାବେ ଘୋଷଣା କରାଯାଇଥିଲା I

ସାରଥୀ ଏହାକୁ ଜାଣିଶୁଣି ମଧ୍ୟ ଚୁପ ରହି ଏହାର ଫାଇଦା ନେଉଥିଲେ I ତେବେ ସାରଥୀ ନିଜେ କହିଛନ୍ତି ଯେ ହଠାତ ଦିନେ ସେ ଶୁଣିବାକୁ ପାଇଲେ ଜଣେ ଭକ୍ତ ପ୍ରଚାର କରିଦେଇଥିଲେ ଯେ ଆଶ୍ରମ ର ସିମେଣ୍ଟ ଗାଈ କ୍ଷୀର ଦେଉଛି ,ଏସବୁ ଏତେ କ୍ଷିପ୍ର ବେଗରେ ପ୍ରଚାର ହେଇଗଲା ଯେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଥିଲେ ଏଭଳି ମିଥ୍ୟା ଘଟଣା ପାଇଁ I ତେବେ ତାଙ୍କ ଅଘୋଷିତ ଭଗବାନ ପାଇଁ କେବଳ ଭକ୍ତ ମାନେ ହିଁ ତାଙ୍କୁ ଏଭଳି ଭାବରେ ପ୍ରଚାର କରିଥିବା ସାରଥୀ କହିଥିଲେ ବୋଲି ଟ୍ୱିଟ ରେ ଜଣେଇଛନ୍ତି ବୋଥ୍ରା ମହୋଦୟ I

ସାରଥୀ ଙ୍କ ମୁଁହରୁ ସତ୍ୟ ବାହାର କରିବାକୁ ତାଙ୍କୁ ଥାର୍ଡ଼ ଡିଗ୍ରୀ ହେଇଥିଲା କି ବୋଲି ଜଣେ ଟ୍ୱିଟର ୟୁଜର ଙ୍କ ପ୍ରଶ୍ନରେ ଅରୁଣ ବୋଥ୍ରା ଜବାବ ରଖିଛନ୍ତି କି ନା ସେଭଳି କୌଣସି ଥାର୍ଡ଼ ଡିଗ୍ରୀ ତାଙ୍କୁ ଦିଆଯାଇନଥିଲା I

Leave a Reply

Your email address will not be published. Required fields are marked *