ଏଣିକି ଆଉ କ୍ୟାରିବ୍ୟାଗ ପାଇଁ ଗ୍ରାହକଙ୍କଠୁ ଟଙ୍କା ମାଗିପାରିବେନି ଦୋକାନୀ। ଦେବେ ଜୋରିମାନା

ଏଥର ଆଉ ବଡ ବଡ ଶପିଂ ମଲ ମାନେ ଉପଭୋକ୍ତା ଙ୍କ ଠାରୁ କ୍ୟାରୀ ବାଗ ପାଇଁ ଅତିରିକ୍ତ ଟଙ୍କା ନେଇପାରିବେନି I ଏନେଇ କନଜ୍ୟୁମର ଫୋରମ ରାୟ ଦେଇଛନ୍ତି I ସାଧାରଣତଃ କୌଣସି ବଡ ବଡ ଶପିଂ ମଲ ରୁ ଆପଣ ଜିନିଷ କିଣିଲେ ଏକ କ୍ୟାରୀ ବ୍ୟାଗ ଦିଆଯାଇଥାଏ ଯେଉଁଥିରେ କି ସେହି ବ୍ରାଣ୍ଡ ର ଛବି ଥାଏ ,କିନ୍ତୁ କମ୍ପାନୀ ପକ୍ଷରୁ ଏଥିପାଇଁ କିଛି ଦେୟ ଉପଭୋକ୍ତା ଠାରୁ ନିଆଯାଇଥାଏ I ଏହାର ପରିମାଣ 3/5ଟଙ୍କା ଭିତରେ ହେଇଥିବାରୁ ଏହାକୁ ନେଇ କେହି ବିରୋଧ କରିନଥାନ୍ତି କିନ୍ତୁ ଜଣେ ଉପୋଭୋକ୍ତା ଙ୍କ ଠାରୁ ବିଗ ବଜାର ଭଳି ନାମୀ ବ୍ରାଣ୍ଡ ରୁ କ୍ୟାରୀ ବାଗ ପାଇଁ 18ଟଙ୍କା ଦାବି କରିବାରୁ ଏନେଇ ଉପୋଭୋକ୍ତା ଜଣଙ୍କ କନଜ୍ୟୁମର ଫୋରମ ଦାୟର କରିଥିଲେ I

ସୂଚନା ଅନୁଯାଇ ଘଟଣା ଟି ହରିୟାଣାର ।ଏଠିକାର ପଂଚକୁଲାର ବଳଦେବ ନାମକ ଜଣେ ଗ୍ରାହକ ବିଗ ବଜାରରୁ ଜିନିଷ କିଣିବା ପରେ ତାଙ୍କୁ ବିଗ ବଜାର ତରଫରୁ ବ୍ୟାଗ ବାବଦ ରେ ଅତିରିକ୍ତ ୧୮ ଟଙ୍କା ନେଇଥିଲେ I ଏହାକୁ ନେଇ ବଳଦେବ ଯୁକ୍ତି କରିବା ସହିତ କହିଥିଲେ କି ତୁମ ବ୍ୟାଗ ତୁମେ ବିଜ୍ଞାପନ କରୁଛ ,ମୁଁ ତାକୁ କିଛିବାଟ ଯାଏଁ ଓଲଟା ବୋହିକି ନେବି ତା ପାଇଁ ପୁଣି ଆହୁରି ପଇସା ଦେବି ?ଏହାପରେ ଉପଭୋକ୍ତା ଜଣଙ୍କ କୋର୍ଟ ର ଦ୍ୱାରସ୍ଥ ହେଇଥିଲେ I

ମାମଲାର ଶୁଣାଣି କରି କନଜ୍ୟୁମର ଫୋରମର ବିଗ ବଜାର କୁ ଜୋରିମାନା 10ହଜାର ସହିତ ବଳଦେବ ଙ୍କ କେଶ ମାମଲା ପାଇଁ ଖର୍ଚ୍ଚ ହେଇଥିବା ୫୦୦ ଟଙ୍କା ତୁରନ୍ତ ଫେରେଇବାକୁ ନିର୍ଦେଶ ଦିଆଯାଇଛି I

Leave a Reply

Your email address will not be published. Required fields are marked *