ସେସୁ ର ଘରୋଇକରଣ କୁ ବିରୋଧ କରୁଥିବା ଶ୍ରମିକ ନେତା ରମେଶ ଶତପଥୀ ଙ୍କର ଖୋଲିଲା ଗୁମର

ସେସୁ ର 51% ଅଂଶଧନ କୁ ଘରୋଇ କମ୍ପାନୀ ଟାଟା ପାୱାର ଅଧିଗ୍ରହଣ କରିନେବା ପରେ ଏବେ ଟାଟା କୁ ନେଇ ଜୋରଦାର ବିରୋଧ ଚାଲିଛି I ତେବେ ଦୀର୍ଘ 19ବର୍ଷ ପରେ ପୁଣିଥରେ ଦେବାଳିଆ ହେଇଥିବା ସେସୁ ର ସୁଧାର ପାଇଁ ଘରୋଇକରଣ ନିମନ୍ତେ ଅଣ୍ଟା ଭିଡିଥିବା ଓଇଆରସି ର ଏହି ନିଷ୍ପତି କୁ ବିରୋଧ କରୁଥିବା ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ର ସଭାପତି ବୋଲାଉଥିବା ତଥା ବିଦ୍ୟୁତ ଶ୍ରମିକ ନେତା ରମେଶ ଶତପଥୀ ଙ୍କର ଖୋଲିଯାଇଛି ଅସଲ ଗୁମର I ସେସୁ କୁ ଟାଟା କୁ ଦିଆନଯିବାକୁ ଦାବି କରୁଥିବା ଏହି ଶ୍ରମିକ ନେତା ଙ୍କର ଅସଲ ଉଦେଶ୍ୟ ଏବେ ଦାଣ୍ଡ ରେ ପଡି ହାଟରେ ଗଡ଼ିଲାଣି I ଗଣମାଧ୍ୟମ ରେ ବିଦ୍ୟୁତ ବିଭାଗ ର ଘରୋଇକରଣ ଏବଂ ଫ୍ରାଞ୍ଚାଇଜ କୁ ଉଛେଦ କରିବା କୁ ଗଳା ଫଟେଇ ଚିତ୍କାର କରୁଥିବା ଏହି ଶ୍ରମିକ ନେତା ଙ୍କର ସେସୁ ରେ ରହିଛି ଦୁଇ ଦୁଇଟି କମ୍ପନୀ I

ସେସୁ ର ଫ୍ରାଞ୍ଚାଇଜ ନେଇଥିବା ଫେଡ଼କୋ ରେ ସହଭାଗିତା ରହିଛି I ରମେଶ ଶତପଥୀ ଙ୍କ କମ୍ପାନୀ ନୀଳାଚଳ ପାୱାର ନେଟୱାର୍କ ଯାହାକି ରେଜିଷ୍ଟ୍ରେସନ ନମ୍ବର 14406, 1 ନଭେମ୍ବର 2011 ରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ,ପୁନର୍ଚ୍ଚ 26672 ରେଜିଷ୍ଟ୍ରେସନ ନମ୍ବର ରେ 7 ମାର୍ଚ 2017 ରେ ନୀଳାଚଳ ଏନର୍ଜି ନାମରେ ଆଉ ଏକ କମ୍ପାନୀ ଖୋଲାଯାଇଥିଲା I ଏହି ଦୁଇଟି ଯାକର ଅଧ୍ୟକ୍ଷ ହେଉଛନ୍ତି ରମେଶ ଶତପଥୀ I ପୁରୀ ଖୋର୍ଦ୍ଧା ନୟାଗଡ ବାଲୁଗାଁ ରେ ଫେଡ଼କୋ କାମ କରୁଥିବା ବେଳେ ପୁରୀ ଏବଂ ବାଲୁଗାଁ ରେ ରମେଶ ଶତପଥୀ ଙ୍କ କମ୍ପାନୀ ବିଦ୍ୟୁତ ବିଲ୍ଲ ବଣ୍ଟନ,ରକ୍ଷଣାବେକ୍ଷଣ , ଏବଂ ଶୁକ୍ଳ ଆଦାୟ କାର୍ଯ୍ୟ କରୁଅଛି I କେବଳ ଏତିକି ନୁହେଁ ରମେଶ ଶତପଥୀ ଙ୍କ ଦ୍ୱାରା ପରିଚାଳିତ କମ୍ପାନୀ
ଶ୍ରମିକ ମାନଙ୍କର ଇପିଏଫ, ଇଏସଆଇ ସଠିକ ସମୟରେ ଦାଖଲ ନକରିବା ସହିତ କର୍ମଚାରୀ ଙ୍କୁ ନାର୍ଯ୍ୟ ପ୍ରାପ୍ୟ ଦେଉନଥିବା ଅଭିଯୋଗ ବାରମ୍ବାର ହେଇଛି Iଏନେଇ ବିଭିର୍ଣ୍ଣ ସମୟରେ ଦୈନିକ ଖବର କାଗଜ ରେ ମଧ୍ୟ ପ୍ରକାଶିତ ହେଇଛି I ଅନେକ ସମୟରେ ଦେଖିବାକୁ ମିଳେ କି ଶ୍ରୀଯୁକ୍ତ ଶତପଥୀ ଲୋକଙ୍କୁ ଖାଦ୍ୟ ଦାନ ,ଫଳ କରୁଥାନ୍ତି କିନ୍ତୁ ତାଙ୍କ କମ୍ପାନୀ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସର୍ବନିମ୍ନ ଦରମା ନଦେଇ ଶୋଷଣ କରୁଥିବାର ଖୋଦ ଶ୍ରମିକ ମାନେ ବାରମ୍ବାର ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି I ଏପରିକି ଏନେଇ ଖବର ସଂଗ୍ରହ କରିବାକୁ ଯାଇଥିବା କେ ନ୍ୟୁଜ ସାମ୍ବାଦିକା ପ୍ରାଚୀ ମହାପାତ୍ର ଙ୍କୁ ଦୁର୍ବ୍ୟବହାର କରିଥିବା ଖୋଦ ପ୍ରାଚୀ ଲାଇଭ କରି ଜଣାଇଥିଲେ I ପ୍ରାଚୀ ଙ୍କ ଅଭିଯୋଗ ଅନୁଯାଇ ରମେଶ ଶତପଥୀ ଏପିଏଫ, ଇଏସଆଇ ,ଜିଏସଟି ଅର୍ଥ ଦାଖଲ କରିନଥିବାରୁ ତାଙ୍କ ଅଫିସ ରେ ଜିଏସଟି ତରଫରୁ ଚଢ଼ାଉ ହେଇଥିବା ଖବର ଶୁଣି ସେ ଖବର ସଂଗ୍ରହ କରିବାକୁ ଯାଇଥିଲେ କିନ୍ତୁ ରମେଶ ଶତପଥୀ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମୋବାଇଲ ଛଡାଇ ନେଇଥିବାର ସେ ଅଭିଯୋଗ କରିଥିଲେ I ତେବେ କଥା ଉଠୁଛି ସେସୁ ରେ ଘରୋଇକରଣ କରିବାକୁ ବିରୋଧ କରୁଥିବା ରମେଶ ଶତପଥୀ କିଭଳି ନିଜେ ଏକ ଘରୋଇ କମ୍ପାନୀ ର ମାଲିକ ଯାହା ପୁଣି ସେସୁ ର ଫ୍ରାଞ୍ଚାଇଜ ଫେଡ଼କୋ ସହିତ ସହବନ୍ଧିତ I ଏହାକୁ ନେଇ ବୁଦ୍ଧିଜୀବୀ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି କୁହାଯାଇଛି କି ରମେଶ ଶତପଥୀ କେବଳ ଟାଟା କୁ ହିଁ ବିରୋଧ କରୁଛନ୍ତି ନଚେତ ପୂର୍ବରୁ ଫେଡ଼କୋ କୁ କାହିଁକି ବିରୋଧ କଲେନି ? ଏହାସହିତ ରମେଶ ଶତପଥୀ ଙ୍କ ଦ୍ୱାରା ପରିଚାଳିତ ଏକ ନ୍ୟୁଜ ପୋର୍ଟାଲ ( ସେ ନିଜେ ସମ୍ପାଦକ ) ରେ 3 ଅକ୍ଟୋବର 2018 ରେ ଲେଖାଯାଇଥିଲା କି ଫ୍ରାଞ୍ଚାଇଜ ବିଶ୍ୱସ୍ତରୀୟ ଦକ୍ଷତା ଦେଖାଇଛି ଏବଂ ଯିଏ ବି ନେଉ ଫେଡ଼କୋ ପାଇଁ ଦ୍ୱାର ଖୋଲା I ଏହା ସହିତ ଆହୁରି ମଧ୍ୟ ଲେଖାଥିଲା କି ସରକାର ଆଉ ସେସୁ ର ମାଲିକାନା ହାତକୁ ନେବେନି ,ଅର୍ଥାତ ଇଣ୍ଡିଆ ପାୱାର କିମ୍ବା ଟାଟା କେହି ବି ନେଇପାରନ୍ତି ଏବଂ ଫେଡ଼କୋ କୁ ରଖିବେ କେବଳ ଏତିକି ନୁହେଁ ,ଯିଏ ବି ନେଉ ଫେଡ଼କୋ ପାଇଁ କର୍ଣ୍ଣ ମଲେ ପାଞ୍ଚ ଅର୍ଜୁନ ମଲେ ବି ପାଞ୍ଚ ବୋଲି ଦର୍ଶାଯାଇଥିଲା I ସେହିଭଳି 29 ନଭେମ୍ବର 2019 ରେ ସେହି ୱେବ ପୋର୍ଟାଲ ରେ ଏହି ଖବର ପ୍ରକାଶ ପାଇଥିଲା କି ସେସୁ କୁ ଟାଟା ପାୱାର ଏବଂ ଇଣ୍ଡିଆ ପାୱାର ମଧ୍ୟରୁ ନେବାକୁ ଚାଲିଥିବା ପ୍ରତିଦ୍ବନ୍ଦିତା ରେ ଇଣ୍ଡିଆ ପାୱାର ଆଗରେ ଅଛି Iଅର୍ଥାତ ଇଣ୍ଡିଆ ପାୱାର ସେସୁ କୁ ନେବାର ସ୍ଥିର ହେଇସାରିଛି ବୋଲି ରମେଶ ଶତପଥୀ ଜାଣିସାରିଥିଲେ I ଏତେ ସବୁ ଜାଣିସାରିବା ପରେ ମଧ୍ୟ ସେଦିନ ବିରୋଧ ନକରି ଟାଟା କୁ ଲାଇସେନ୍ସ ମିଳିବା ପରେ 20 ତାରିଖ ରେ ପ୍ରେସ ମିଟ କରି ଘରୋଇ କରଣ କୁ ବିରୋଧ କରିବା ଶ୍ରମିକ ନେତା ରମେଶ ଶତପଥୀ ଙ୍କୁ ଏବେ ସନ୍ଦେହ ଘେର କୁ ଟାଣି ଆଣିଛି I ଶ୍ରମିକ ନେତା ଙ୍କର ଦୁଇ ଦୁଇଟି କମ୍ପାନୀ ବିଦ୍ୟୁତ ବିଭାଗରେ ଥିବାବେଳେ ଟାଟା କୁ ବିରୋଧ କୁ ସାଧାରଣ ରେ ଆଲୋଚନା ହେଉଛି କି ଟାଟା ନେଲେ ଶ୍ରୀଯୁକ୍ତ ଶତପଥୀ ଙ୍କ କମ୍ପାନୀ ର କାର୍ଯ୍ୟକାଳ ଶେଷ ହେବ ଏବଂ ମୋଟା ଅଙ୍କର ମୁନାଫା ପାଇବାରେ ବଞ୍ଚିତ ହେବେ ଏହି ଶ୍ରମିକ ନେତା ,ଫଳରେ ଟାଟା କୁ ବିରୋଧ କରାଉଛନ୍ତି I ସୂଚନା ଥାଉ କି ଫେଡ଼କୋ ର ପାର୍ଟନରସିପ ରେ ରମେଶ ଶତପଥୀ ଙ୍କର ନୀଳାଚଳ କମ୍ପାନୀ ପୁରୀ ,ବାଲୁଗାଁ ରେ କାମ କରୁଛି I
ବି.ଦ୍ର :ଓଡିଶା Exclusive ହାତରେ ରମେଶ ଶତପଥୀ ଙ୍କ ଗୁପ୍ତ ଅଡିଓ ସହିତ ଆଉ କିଛି ଏଭଳି ପ୍ରମାଣ ଲାଗିଛି ଯାହା ଆଗାମୀ ଦିନରେ ବହୁ ଗୁମର ର ପର୍ଦାଫାଶ କରିବ ,ଅଧିକ ଜାଣିବା ପାଇଁ ଯୋଡି ହେଇଥାନ୍ତୁ ଆପଣଙ୍କର ପ୍ରିୟ ନିଉଜ ପୋର୍ଟାଲ ଓଡିଶା Exclusive ସହିତ I ଓଡ଼ିଶାର ଶ୍ରେଷ୍ଠ ପାଞ୍ଚଟି ନିଉଜ ପୋର୍ଟାଲ ଭିତରେ ଆମକୁ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଓଡିଶା I ନାଁ ଆମେ କାହାକୁ ସମର୍ଥନ କରୁ ନା କାହାର ବିରୋଧ ,ଆମର ଲକ୍ଷ କେବଳ ସତ୍ୟ ଖବର I ସବୁବେଳେ ସବୁ ସମୟରେ I ନିର୍ଭୟ ନିରପେକ୍ଷ I

Leave a Reply

Your email address will not be published. Required fields are marked *