16 ରେ ଲାଇନ କାଟିବନି ସେସୁ, ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବକେୟା ଅର୍ଥ ନଦେଲେ 16ତାରିଖ ରୁ ମନଇଛା ଲାଇନ କାଟିବୁ ବୋଲି ଧମକ ଦେଇଥିବା ସେସୁ ଶେଷରେ ନରମ ପଡିଛି I ନିକଟରେ ମାଟ୍ରିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ବିଦ୍ୟୁତ କାଟ ହେଲେ ପରୀକ୍ଷାର୍ଥୀ ମାନେ ସମସ୍ୟା ଭୋଗିବେ ଏହାକୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ବିଦ୍ୟୁତ କାଟ ନକରିବାକୁ ନିର୍ଦେଶ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ପରେ ପ୍ରାଥମିକ ପର୍ଯ୍ୟାୟ ରେ ଶିଳ୍ପ ଏବଂ କମ୍ପାନୀ ଗୁଡିକର ବକେୟା ଅସୁଲ କରିବା ସହିତ ଆର୍ଥିକ ସ୍ୱଚ୍ଛଳ ଥିବା ବ୍ୟକ୍ତି ଯଥା ଏସି କାର ଥିବା ଲୋକଙ୍କର ଯଦି ବିଦ୍ୟୁତ ବିଲ ବକେୟା ଥାଏ ସେମାନଙ୍କର ବିଦ୍ୟୁତ କାଟ କରାଯିବ ବୋଲି ସେସୁ ସୂଚନା ଦେଇଛି I ଏହାପରେ ସାଧାରଣ ଲୋକଙ୍କ ବିଦ୍ୟୁତ କାଟ ହେବ ବିଶେଷ କରି ଯେଉଁମାନେ ଦୀର୍ଘ ଦିନ ଧରି ବିଦ୍ୟୁତ ବିଲ ବକେୟା ରଖିଛନ୍ତି I ସୂଚନା ଥାଉ କି ବିଦ୍ୟୁତ ବକେୟା ରଖିଥିବା ଉପଭୋକ୍ତା ମାନଙ୍କର ଜାନୁଆରୀ 16ତାରିଖ ପରେ ବିଦ୍ୟୁତ କାଟ କରିବାକୁ ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେବାପରେ ବିରୋଧୀ କଂଗ୍ରେସ ଏବଂ ବିଜେପି ଏହାକୁ ଜୋରଦାର ବିରୋଧ କରିଥିଲେ ଏପରିକି ଉପଭୋକ୍ତା ମହଲ ରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା I

Leave a Reply

Your email address will not be published. Required fields are marked *