ଲକ୍ଷ୍ନୌ ଜାତୀୟ ଯୁବ ମହୋତ୍ସବ ରେ ଓଡିଶାରୁ ପ୍ରଥମ ଥର ପାଇଁ ପୁପୁଲ ଭୂୟାଁ ଉପସ୍ଥାପିକା ଭାବେ ନିମନ୍ତ୍ରିତ ।

ଜାନୁୟାରୀ ୧୨ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ରୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ରେ ଆରମ୍ଭ ହୋଇଛି ୨୩ ତମ ଜାତୀୟ ଯୁବ ମହୋତ୍ସବ । ୫ ଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବ କୁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉଦ୍ଘାଟନ କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଓ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ରାଜ୍ୟ ସରକାର ମିଳିତ ଭାବରେ ଏହି ମହୋତ୍ସବ କୁ ଆୟୋଜନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଉପସ୍ଥାପନା କରିବାକୁ ପ୍ରଥମ ଥର ଲାଗି ଓଡିଆ ଅଭିନେତ୍ରୀ ପୁପୁଲ ଭୁୟାଁ ନିମନ୍ତ୍ରିତ ହୋଇ ଯାଇଛନ୍ତି । ତାଙ୍କ ଉପସ୍ଥାପନା ଶୈଳୀକୁ ବହୁତ ଅଂଶଗ୍ରହଣକାରୀ ପ୍ରଶଂସା କରୁଥିବାର ନଜର ଆସିଛି ।ଯୁବଗୋଷ୍ଠିଙ୍କୁ କ୍ରୀଡା ଓ ଯୁବବ୍ୟାପାର କ୍ଷେତ୍ରରେ ଏକ ବଳିଷ୍ଠ ଭିତ୍ତିଭୂମି ଯୋଗାଇଦେବାକୁ ଏହି ଯୁବ ମହୋତ୍ସବ କୁ ଭାରତ ସରକାର ରାଜ୍ୟ ସରକାର ମାନଙ୍କ ସହ ମିଶି ୧୯୯୫ ରୁ ଆୟୋଜନ କରି ଆସୁଛନ୍ତି । ୨୦୧୦ ମସିହାରେ ଏହି ମହୋତ୍ସବ ଓଡ଼ିଶାରେ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *