ଓଏସ୍ଆଇସିର ପ୍ରତିଷ୍ଠା ଦିବସ ପାଳନ ବଦଳରେ ସେହି ଅର୍ଥ କୁ କରୋନା ସହାୟତା ପାଇଁ ଦାନ କଲେ ଅଧ୍ୟକ୍ଷ

OSIC Donate 3lakh for corona

ଏବେ କରୋନା କୁ ନେଇ ସବୁଆଡେ ଭୟ ବିବ୍ରତ ଥିବାବେଳେ ମୁକାବିଲା ପାଇଁ ସରକାର ଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି I ଏପରିକି ନିଜେ ମୁଖ୍ୟମନ୍ତ୍ରୀ 3ମାସର ଦରମା ଦାନ କରିଛନ୍ତି କରୋନା ସହାୟତା ପାଇଁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ସହାୟତା ର ହାତ ବଢାଇବାକୁ I ଏ ପରିପ୍ରେକ୍ଷୀ ରେ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସ୍ଆଇସିର ଅଧ୍ୟକ୍ଷ ଚିନ୍ମୟ ସାହୁ I ଆସନ୍ତା 3 ଏପ୍ରିଲ 2020 ରେ ଏହାର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଥିବାବେଳେ ବିଶ୍ୱର ଏହି ସଙ୍କଟ ସମୟରେ କରୋନା ସହାୟତା ପାଇଁ ସେହି 3 ଲକ୍ଷ ଅର୍ଥ କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଦେଇଛନ୍ତି ଚିନ୍ମୟ

I ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସ୍ଆଇସିର ଏପରି ନିଷ୍ପତି ଅନ୍ୟମାନଙ୍କୁ ନିହାତି ପ୍ରେରଣା ଦେବ ସହାୟତା ର ହାତ ବଢ଼ାଇ ବାକୁ I
ଓଡିଶା Exclusive ଟିମ୍ ପକ୍ଷରୁ ତାଙ୍କୁ ଅଭିନନ୍ଦନ ବିପଦ ସମୟରେ ଏପରି ନିଷ୍ପତି ନେଇଥିବାରୁ I

Leave a Reply

Your email address will not be published. Required fields are marked *