କରୋନା ପରେ ପୁଣି ଚାଇନା ରେ ନୂଆ ହାଣ୍ଟାଭାଇରସ୍ ର ଆତଙ୍କ

ନିକଟରେ କରୋନା କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଏବେ ପୁଣି ଯେଉଁ ଚାଇନା ରୁ ଏହି ଭୁତାଣୁ ବ୍ୟାପିଥିଲା ସେହି ଚାଇନା ରେ ଦେଖାଯାଇଛି ନୂଆ ଭାଇରସ I ଏନେଇ ଗ୍ଲୋବାଲ ଟାଇମ ରେ ପ୍ରକାଶିତ ଖବର ଅନୁଯାୟୀ ଗତକାଲି ସୋମବାର ଚାର୍ଟାର୍ଡ ବସ୍‌ରେ କାମ କରିବା ପାଇଁ ଶାନ୍ଦୋଙ୍ଗ ପ୍ରଦେଶକୁ ଫେରୁଥିବାବେଳେ ୟୁନାନ ପ୍ରଦେଶର ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କୁ ପରୀକ୍ଷା ପରେ ଜଣାପଡିଛି କି ହାଣ୍ଟାଭାଇରସ୍ ହେଇଥିଲା I ସେହି ବସ ରେ ଥିବା ଅନ୍ୟ 32 ଜଣଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି I ଏନେଇ ରିପୋର୍ଟ ଆସିପାରିନାହିଁ I ରିପୋର୍ଟ ପରେ ସବିଶେଷ ତଥ୍ୟ ଜଣାପଡିବ I ତେବେ ବିଶେଷଜ୍ଞ ଙ୍କ ମତ ଅନୁଯାୟୀ ଏହା ଭୁତାଣୁ ଜନିତ ଏକ ଭାଇରସ ଅଟେ I ଯାହାକି ଲୋକଙ୍କଠାରେ ବିଭିନ୍ନ ରୋଗ ସିଣ୍ଡ୍ରୋମ ସୃଷ୍ଟି କରିପାରେ ।

ସିଡିସି ଅନୁଯାୟୀ ଅଧିକାଂଶ କ୍ଷେତ୍ରରେ, ରୋଡେଣ୍ଟ ,ମୂତ୍ର, ଡ୍ରପ୍ କିମ୍ବା ଲାଳରୁ ଜୀବାଣୁ ଧାରଣ କରୁଥିବା କଣିକା ବାୟୁରେ ଉତ୍ତେଜିତ ହେଲେ ହାଣ୍ଟାଭାଇରସ୍ ବ୍ୟାପିଥାଏ।ଏହା ପ୍ରଥମେ 1978 ରେ କୋରିଆ ରେ ହେଇଥିଲା ତେବେ ଅତି ବାଇଗଣୀ ରଶ୍ମି ଦ୍ୱାରା ଏହା ଅତି ସହଜରେ ନଷ୍ଟ ହେଇଯାଇଥାଏ I ହାଣ୍ଟା ନଦୀ ର ନାମ କରଣ ଅନୁଯାୟୀ ଏହାକୁ ନାମିତ କରାଯାଇଥିଲା I

Leave a Reply

Your email address will not be published. Required fields are marked *