କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ମାସକର ପେନସନ ଦେଲେ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭାରତ ରେ କରୋନା ର କାୟା ବିସ୍ତାର ହେଉଥିବା ବେଳେ ଏହାର ପ୍ରସ୍ତୁତି ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଓଡିଶା ସରକାର I ଭୟଙ୍କର ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଙ୍କ ରିଲିଫ ଫଣ୍ଡ କୁ ବିଭିର୍ଣ୍ଣ ସଂସ୍ଥା ଏବଂ ବଦାନ୍ୟ ବ୍ୟକ୍ତି ମାନେ ସାହାଯ୍ୟ ର ହାତ ବଢ଼ାଇଥିବା ବେଳେ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜର ଏକ ମାସର ପେନସନ ଅର୍ଥ କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଦାନ କରିଛନ୍ତି ଏନେଇ ନବୀନ ନନ୍ଦ ନିଜ ଫେସବୁକ ରେ ସୂଚନା ଦେଇ ଲେଖିଛନ୍ତି କି ରାଜ୍ୟ ସରକାରଙ୍କ Covid-19 ବିରୁଦ୍ଧରେ ଚଳାଇ ଥିବା ସ।ଲିସ ବିହୀନ ସଂଗ୍ରାମ ପାଇଁ ମୋର ଗୋଟିଏ ମାସର ପେନସନ ୩୮୦୦୦.୦୦ (ଅଠ ତିରିଶି ହଜାର ) ଟଙ୍କା ଜିଲ୍ଲା ପ୍ରଶାସନ ମାଧ୍ୟମ ରେ ଖର୍ଚ୍ଚ କରାଯିବା ପାଇଁ “ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ପ୍ରେରିତ କଲି । ରାଜ୍ୟ ତଥା ଦେଶ ର ଏହି ଗୁରୁତର ବିପର୍ଯୟ ସମୟରେ ସମସ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ସହଯୋଗ ର ହାତ ବଢାଇବାକୁ ବିନମ୍ର ନିବେଦନ କରୁଅଛି I

ସେହିପରି ଢେଙ୍କାନାଳ ର ଯୁବ ସଙ୍ଘ ରାଇଜି° ଷ୍ଟାର କ୍ଲବ୍ ତରଫରୁ କ୍ଲବ ସଭାପତି ଶ୍ରୀ ସନାତନ ରାଉଳ ସମ୍ପାଦକ ଗୁରୁପଦ ବିଶ୍ୱାଳ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଛି ଜିଲାପାଳଙ୍କୁ ୫୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି I

Leave a Reply

Your email address will not be published. Required fields are marked *