ହିରୋ ଟୁ ଆନିମଲ୍ସ ଆୱାର୍ଡ ରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁରସ୍କୃତ କରିବ ପେଟା

hero to animals award to odisha cm

ଲକ ଡାଉନ ରେ ସାରା ଦେଶ ଏବେ କରୋନା ସହିତ ଲଢେଇ କରୁଥିବା ସମୟରେ ସମସ୍ତେ ଘରେ ରହିବାକୁ ନିର୍ଦେଶ ଦିଆଯାଇଛି I ତେବେ ଏଭଳି ସମୟରେ ବାହାରେ ବୁଲୁଥିବା ପଶୁପକ୍ଷୀ ମାନେ ଖାଇବା ପାଇଁ ସମସ୍ୟା ଭୋଗୁଛନ୍ତି କାହିଁକିନା ସମସ୍ତ ହୋଟେଲ ବନ୍ଦ ରହୁଛି I ତେବେ ଏଭଳି ଦୁଃସମୟ ରେ ପଶୁ ପକ୍ଷୀ ମାନଙ୍କ ପାଇଁ ଚିନ୍ତା କରି ଖାଦ୍ୟ ବ୍ୟବସ୍ତା କରେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଚିନ୍ତାଧାରା କୁ ସମ୍ମାନ ଜଣାଇ ପେଟା (PETA) ଇଣ୍ଡିଆ ନବୀନ ପଟନାୟକ ଙ୍କୁ ହିରୋ ଟୁ ଆନିମଲ୍ସ’ ଆୱାର୍ଡ ରେ ସମ୍ମାନିତ କରିବାକୁ ଘୋଷଣା କରିଛି I

ରାସ୍ତା ରେ ଘୁରି ବୁଲୁଥିବାଗାଈ , ବୁଲା କୁକୁର,ଏବଂ ଅନ୍ୟ ପଶୁଙ୍କ ଖାଇବା ବ୍ୟବସ୍ଥା କରିଥିବାରୁ ଏବେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ହୃଦୟ ଜିତିଯାଇଛନ୍ତି I

Leave a Reply

Your email address will not be published. Required fields are marked *