ମୋଦି ହେଉଛନ୍ତି ହନୁମାନ ବିଶ୍ୱ ର ଏ ସଙ୍କଟ ସମୟରେ ସବୁ ଦେଶ କୁ ଉଦ୍ଧାର କରୁଛନ୍ତି ,ବ୍ରାଜିଲ ରାଷ୍ଟ୍ରପତି

ସାରା ବିଶ୍ୱ ଏବେ ସଙ୍କଟ ସମୟରେ ଚାଲୁଥିବା ସମୟରେ ମୋଦି ହେଉଛନ୍ତି ସଙ୍କଟମୋଚକ ,ନିଜେ ହନୁମାନ ସାଜି ବିଶ୍ୱ ର ଅନ୍ୟ ଦେଶ କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ଏକଥା କହିଛନ୍ତି ଅନ୍ୟତମ ଶକ୍ତିଶାଳୀ ଦେଶ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ I ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ପତ୍ରରେ ଲେଖିଛନ୍ତି ଯେ, ପ୍ରଭୁ ହନୁମାନ ଯେପରି ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିବା ପାଇଁ ହିମାଳୟରୁ ପବିତ୍ର ସଞ୍ଜିବନୀ ଔଷଧ ଆଣି ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇ ଦେଇଥିଲେ ଏବେ ଏହି ସଙ୍କଟ ସମୟରେ ଭାରତ ର ପ୍ରଧାନମନ୍ତ୍ରୀ ବିଶ୍ୱ ସଙ୍କଟକୁ ଦୂର କରିବା ପାଇଁ ସାହାଯ୍ୟ ର ହାତ ବଢ଼ାଇଛନ୍ତି I ବ୍ରାଜିଲର ରାଷ୍ଟ୍ରପତି କହିଛନ୍ତି କି ଏବେ ମହାମାରୀ କରୋନା କୁ ରୋକିବାକୁ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ସଞ୍ଜିବନୀ ସ୍ୱରୂପ କାମ ଦେଉଥିବା ବେଳେ ଭାରତ ରେ ଏହତର ଉତ୍ପାଦନ ନିଶିଧ ରହିଥିଲା କିନ୍ତୁ ଏପରି ସମୟରେ ମୋଦି ବ୍ରାଜିଲ କୁ ସହାୟତା ର ହାତ ବଢାଇଥିଲେ I ଯେଉଁଥିପାଇଁ ବ୍ରାଜିଲ ରାଷ୍ଟ୍ରପତି ମୋଦି ଙ୍କୁ ପ୍ରସଂଶା କରିଛନ୍ତି I ସୂଚନା ଥାଉ କି କରୋନାଭାଇରସ୍ COVID-19 ବିରୋଧରେ ଲଢେଇ ପାଇଁ 30 ରୁ ଅଧିକ ଦେଶ ଭାରତକୁ ମ୍ୟାଲେରିଆ ବିରୋଧୀ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ନିମନ୍ତେ ଅନୁରୋଧ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ସହଯୋଗ ର ପ୍ରତିଶୃତି ଦେଇଥିଲେ I ଏପରିକି ଭାରତ କୁ ଚେତାବନୀ ଦେଉଥିବା ଆମେରିକା କୁ ବି କଡା ଭାଷାରେ ମୋଦି ଶୁଣାଇଦେଇଥିଲେ ଏପରି ସମୟରେ ଆମେ ଚେଷ୍ଟା କରୁଛୁ ସାହାଯ୍ୟ ପାଇଁ ଧର୍ଯ୍ୟ ରଖ ,ପରେ ଅବଶ୍ୟ ଆମେରିକା ରାଷ୍ଟ୍ରପତି ମୋଦି ଙ୍କୁ ପ୍ରସଂଶା କରିଛନ୍ତି I ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମଧ୍ୟ ଭାରତକୁ ପ୍ରଶଂସା କରିଥିଲେ I

ଏବେ ସାରା ବିଶ୍ୱ ପ୍ରଧାନମନ୍ତ୍ରୀ ଙ୍କ ପ୍ରସଂଶା ରେ ଶତମୁଖ I ନିହାତି ଭାବରେ ଜଣେ ଭାରତୀୟ ଭାବରେ ଏହା ଆମ ପାଇଁ ଗର୍ବର କଥା I ଅଧିକ ଖବର ପାଇଁ ଆମ ଫେସ୍ବୁକ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *