ସାରା ବିଶ୍ବରେ ତାଣ୍ଡବ ରଚିଛି କରୋନା ଭାଇରସ ,ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର,କାନ୍ଦୁଛନ୍ତି ଶକ୍ତିଶାଳୀ ଦେଶ ଜାଣନ୍ତୁ କେଉଁ ଦେଶରେ କେତେ

ସାରା ବିଶ୍ୱ କୁ ଏବେ ଗୋଟିଏ ଚିନ୍ତା କିଭଳି କରୋନା ଦାଉ ରୁ ରକ୍ଷା ମିଳିବ I ବିଶ୍ୱ ଶକ୍ତିଶାଳୀ ଦେଶ ହାର ମାନିଛନ୍ତି କରୋନା ଆଗରେ I ବର୍ତମାନ ସୁଦ୍ଧା ଆସିଥିବା ଖବର ଅନୁଯାୟୀ ଏହି ମହାମାରୀ ରେ 1 ଲକ୍ଷ ମୃତ୍ୟୁବରଣ ହେଇସାରିଲାଣି I ବିଶ୍ୱର ଶକ୍ତିଶାଳୀ ଦେଶ ଏବେ କରୋନା ପ୍ରଭାବ ରେ ହାହାକାର ଛାଡ଼ୁଛନ୍ତି I ଆମେରିକା ,ଇଟାଲୀ ,ବ୍ରିଟେନ ,ଫ୍ରାନ୍ସ ,ସ୍ପେନ ଭଳି ଦେଶ ରେ ସବୁଠୁ ଅଧିକ ବଢିଛି ମୃତ୍ୟୁ ସଂଖ୍ୟା I ଶେଷ ଖବର ଅନୁଯାୟୀ ବିଶ୍ୱରେ ୧୬ ଲକ୍ଷ ଉର୍ଦ୍ଧ ସଂକ୍ରମିତ ହେଇସାରିଥିବା ବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ ଟପିଛି I

corona reaches 1 million
corona reaches 1 million

ଶକ୍ତିଶାଳୀ ଦେଶ ଆମେରିକା ରେ ପାଖାପାଖି 5ଲକ୍ଷ ଆକ୍ରାନ୍ତ ହେଇସାରିଥିବା ବେଳେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇସାରିଲାଣି I ସ୍ପେନ ରେ 16ହଜାର ପାଖାପାଖି ,ଇଟାଲୀ ରେ 18ହଜାର ରୁ ଉର୍ଧ ,ଫ୍ରାନ୍ସ ରେ 13ହଜାର ପାଖାପାଖି ହେଇଥିବା ବେଳେ ବ୍ରିଟେନ ରେ 8500ରୁ ଉର୍ଧ ଙ୍କର ମୃତ୍ୟୁ ହେଇସାରିଲାଣି I ଅନ୍ୟ ଦେଶ ମାନଙ୍କରେ ମଧ୍ୟ ମୃତ୍ୟୁ ର ବିଭୀଷିକା ଜାରି ରହିଛି I ଏହି ମହାମାରୀ କୁ କିଭଳି ରୋକାଯାଇପାରିବ ଏବେ କେବଳ ସେଇ ଗୋଟିଏ ଚିନ୍ତା I ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ I

Leave a Reply

Your email address will not be published. Required fields are marked *